କନକ ବ୍ୟୁରୋ: ୪ଟି ରାଜ୍ୟରେ ଏବେ ସୁଦ୍ଧା ଭୋଟ ଗଣତି ଅନୁସାରେ ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବିଜେପି ବହୁମତ ନେଇ ବହୁ ଆଗରେ ରହିଛି । ଅନ୍ୟପଟେ ଛତିଶଗଡରେ କଂଗ୍ରେସ ଆଗରେ ରହିଛି । ବର୍ତ୍ତମାନର ଗଣନା ଅନୁସାରେ ବାଘେଲ ସରକାର ପୁଣି ଫେରିବା ନେଇ ଆଶା କରାଯାଉଛି । ତେଲେଙ୍ଗାନା ପଛରେ ପଡିଛି ବିଆରଏସ୍, ଭାରୀ ସଂଖ୍ୟାରେ ଆଗେଇ ଚାଲିଛି କଂଗ୍ରେସ ।

Advertisment

ପ୍ରାଥମିକ ଟ୍ରେଣ୍ଡ ଅନୁସାରେ ତେଲେଙ୍ଗାନାରେ ପିସିସି ସଭାପତି ରେଭାନ୍ତ ରେଡ୍ଡି , କାମାରେଡ୍ଡି ବିଧାନସଭା ଆସନରେ ଆଗୁଆ ଅଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱି ମୁଖ୍ୟମନ୍ତ୍ରୀ ତଥା କେ. ଚନ୍ଦ୍ରଶେଖର ରାଓଙ୍କଠାରୁ ଆଗୁଆ ଅଛନ୍ତି । ନିଜ ପାରମ୍ପିରିକ ଆସନ କୋଡାଙ୍ଗଲରୁ ମଧ୍ୟ ରେଭାନ୍ତ ରେଡ୍ଡି ଆଗୁଆ ଅଛନ୍ତି ।ସେହିପରି କେସିଆର ନିଜ ପାରମ୍ପରିକ ଆସନ ଗଜୱଲରେ ମଧ୍ୟ କଡା ଟକ୍କରର ସମ୍ମୁଖୀନ ହୋଇଛନ୍ତି ।