ପୋଲିସ ସ୍କାନରରେ ଭୋଟଗଣତି କେନ୍ଦ୍ର ! ସ୍ପାଏ କ୍ୟାମେରା ବି ରଖିଛି ନଜର, ୨୦୦ ପ୍ଲାଟୁନ ଏସଏପି ନିୟୋଜିତ

ପୋଲିସ ସ୍କାନରରେ ଭୋଟଗଣତି କେନ୍ଦ୍ର ! ସ୍ପାଏ କ୍ୟାମେରା ବି ରଖିଛି ନଜର, ୨୦୦ ପ୍ଲାଟୁନ ଏସଏପି ନିୟୋଜିତ

source :sambad

କନକ ବ୍ୟୁରୋ : ରାଜ୍ୟର ମୋଟ ୬୩ଟି ଗଣତି କେନ୍ଦ୍ରରେ ଭୋଟ ଗଣତି ହେବ। ଏଥିପାଇଁ ନିର୍ବାଚନ କମିସନଙ୍କ ଗାଇଡଲାଇନ୍ ଅନୁଯାୟୀ, ଓଡ଼ିଶା ପୁଲିସ ଇଭିଏମ୍ ଷ୍ଟ୍ରଙ୍ଗ ରୁମ୍ ଏବ˚ ଭୋଟ ଗଣତି କେନ୍ଦ୍ରର ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେଇଛି। ଗଣତି କେନ୍ଦ୍ର ଭିତରକୁ ମୁଖ୍ୟ ନିର୍ବାଚନ ଅଫିସର/ଜିଲ୍ଲା ନିର୍ବାଚନ ଅଫିସରଙ୍କ ପରିଚୟ ପତ୍ରଧାରୀ ବ୍ୟକ୍ତିଙ୍କୁ କେବଳ ଛଡ଼ାଯିବ। ଯାହାର ପରିଚୟପତ୍ର ନଥିବା କୌଣସି ପରିସ୍ଥିତିରେ ପୁଲିସ ଭିତରକୁ ଛାଡ଼ିବ ନାହିଁ।

publive-image source : sambad

ଗଣତି କେନ୍ଦ୍ର ଭିତରକୁ କୌଣସି ପ୍ରକାର ଗୁପ୍ତ କ୍ୟାମେରା କିମ୍ବା ମୋବାଇଲ୍ ଫୋନ ନିଆଯାଇପାରିବ ନାହିଁ। ମୋବାଇଲ୍ ଫୋନ୍ ନେବାକୁ ମୁଖ୍ୟ ନିର୍ବାଚନ ଅଫିସର/ଜିଲ୍ଲା ନିର୍ବାଚନ ଅଫିସରଙ୍କ ଅନୁମତି ପତ୍ର ନିହାତି ଆବଶ୍ୟକ। ଗଣତି କେନ୍ଦ୍ରର ସମ୍ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ଜିଲ୍ଲା ଏସପି/ଡିସିପିଙ୍କ ନିୟନ୍ତ୍ରଣ ରହିବ। ଇଭିଏମ୍ ଷ୍ଟ୍ରଙ୍ଗ ରୁମ୍ ଭିତରକୁ ପ୍ରବେଶ କରୁଥିବା ପ୍ରତ୍ୟେକ ବ୍ୟକ୍ତିିଙ୍କ ଭିଡିଓ ରେକର୍ଡ କରାଯିବାକୁ ପୁଲିସ ଡିଜି ଡାକ୍ତର ଆର.ପି.ଶର୍ମା ଜିଲ୍ଲା ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି।

ନିର୍ବାଚନ କମିସନଙ୍କ ଗାଇଡ୍ ଲାଇନ୍ ଅନୁଯାୟୀ, ଗଣତି କେନ୍ଦ୍ର ଭିତରେ ୩୬ କମ୍ପାନି ସିଏପିଏଫ ପକ୍ଷରୁ ପ୍ରଥମ ସ୍ତରୀୟ ସୁରକ୍ଷା, ପରେ ଦ୍ବିତୀୟ ସ୍ତରରେ ୨୫୦ ପ୍ଲାଟୁନ୍ ଏସ୍ଏପି ସୁରକ୍ଷା ଏବ˚ ବାହାର ପାର୍ଶ୍ବରେ ତୃତୀୟ ସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ଜିଲ୍ଲା ପୁଲିସ ଏବ˚ ହୋମ ଗାର୍ଡଙ୍କୁ ନିୟୋଜିତ କରାଯିବ। ଇଭିଏମ୍ ଷ୍ଟ୍ରଙ୍ଗ ରୁମ ଜିଲ୍ଲା ପୁଲିସର ପରାମର୍ଶ କ୍ରମେ ପର୍ଯ୍ୟାପ୍ତ ସିସି କ୍ୟାମେରା ଯୋଗାଇ ଦିଆଯିବ। ଷ୍ଟ୍ରଙ୍ଗ ରୁମ୍ ନିକଟରେ ପୁଲିସ କଣ୍ଟ୍ରୋଲ ରୁମ୍ ଖୋଲିବା ସହିତ ତିନି ପର୍ଯ୍ୟାୟରେ ଅଫିସର ଡ୍ୟୁଟି କରିବେ।

ଜଣେ ଡିଏସ୍ପି ଏବ˚ ଅଫିସର କଣ୍ଟ୍ରୋଲ ରୁମ୍ ଦାୟିତ୍ବରେ ରହିବେ। ଷ୍ଟ୍ରଙ୍ଗ ରୁମ୍ ଚାରିପାଖରେ ସନ୍ଦିଗ୍ଧଙ୍କ କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ନଜର ରଖାଯିବ। ଜିଲ୍ଲା ଏସ୍ପି/ଡିସିପି ପର୍ଯ୍ୟାୟକ୍ରମେ ଷ୍ଟ୍ରଙ୍ଗ ରୁମ୍ ଯାଇ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବେ। ପୂର୍ବ ଅଭିଜ୍ଞତା ଥିବା ପୁରୁଷ ଓ ମହିଳା ପୁଲିସ ଅଫିସର ଗଣତି କେନ୍ଦ୍ରର ପ୍ରବେଶ ପଥରେ ନିୟୋଜିତ କରାଯିବ। ଭିତରକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ଯାଞ୍ଚ ଉପଯୁକ୍ତ ଢ˚ଗରେ କରାଯିବ। ମୁଖ୍ୟ ନିର୍ବାଚନ ଅଫିସର କିମ୍ବା ଜିଲ୍ଲା ନିର୍ବାଚନ ଅଫିସରଙ୍କ ଦ୍ବାରା ଜାରି ପରିଚୟପତ୍ର ହାସଲ କରିଥିବା ବ୍ୟକ୍ତିଙ୍କୁ ଗଣତି କେନ୍ଦ୍ର ଭିତକୁ ଛାଡ଼ିବାକୁ ପୁଲିସ ଅନୁମତି ଦେଇପାରିବ।

ଅନ୍ୟଥା ପ୍ରବେଶ ଅନୁମତି ଉପରେ କଟାକଣା ରହିଛି। ପ୍ରବେଶ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ମେଟାଲ୍ ଡିଟେକ୍ଟର ମାଧ୍ୟମରେ ଯାଞ୍ଚ କରାଯିବ। ପ୍ରବେଶ ପଥରେ ମହିଳାଙ୍କୁ ଯାଞ୍ଚ ପାଇଁ ସ୍ବତନ୍ତ୍ର ପ୍ରକୋଷ୍ଠର ବ୍ୟବସ୍ଥାର କରାଯିବ। ମହିଳାଙ୍କୁ କେବଳ ମହିଳା ପୁଲିସ ଅଫିସର ଯାଞ୍ଚ କରିପାରିବେ। ଡିଆସିଲ, ଲାଇଟର୍, ସିଗାରେଟ୍, ତମାଖୁ ଇତ୍ୟାଦି ଗଣତି କେନ୍ଦ୍ର ଭିତରକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ସ୍ପାଏ ପେନ୍, ବଟନ୍ କ୍ୟାମେରା, ବ୍ୟାଗ୍, ସ୍ମାର୍ଟ ଵାଚ୍ ଇତ୍ୟାଦି ଗଣତି କେନ୍ଦ୍ର ଭିତରକୁ ଛଡ଼ାଯିବ ନାହିଁ। ପ୍ରବେଶ ପଥରେ ଥିବା ପୁଲିସ ଅଫିସର ଏସବୁ ସାମଗ୍ରୀ ଠିକ ଭାବେ ଯାଞ୍ଚ କରି ଭିତରକୁ ଛାଡ଼ିବେ।

ଜିଲ୍ଲାରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଫଳାଫଳ ଘୋଷଣା ପରେ ଶୋଭାଯାତ୍ରାରେ ବାହାରିବେ। ଏହି ସମୟରେ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ପର‌୍ୟ୍ୟାପ୍ତ ପୁଲିସ ଫୋର୍ସ ମୁତୟନ କରାଯିବ। ସମ୍ବେଦନଶୀଳ ଅଞ୍ଚଳରେ ମୋବାଇଲ୍ ପାଟ୍ରୋଲି˚ ଏବ˚ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଅଧିକ ଅଫିସର ଯୋଗାଇବାକୁ ଜିଲ୍ଲା ଏସ୍ପି/ଡିସିପିଙ୍କୁ ପୁଲିସ ଡିଜି ଡାକ୍ତର ଶର୍ମା ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe