କନକ ବ୍ୟୁରୋ: ବାସଚ୍ୟୁତଙ୍କ ଭୋଟ ବର୍ଜନ ଚେତାବନୀ । ଜାଗା ନେଲେ, ପ୍ରକଳ୍ପ କଲେ । ପରିବାରର ଜଣଙ୍କୁ ଚାକିରି ଦେବା ସହ ସବୁ ସୁବିଧା ସୁଯୋଗ ଯୋଗାଇ ଦେବେ କହି ଗାଁରୁ ବିସ୍ଥାପିତ କଲେ । ହେଲେ ପ୍ରକଳ୍ପ ହେବା ୪୦ ବର୍ଷରେ କାହାରିକୁ ଚାକିରି ମିଳିଲା ନାହିଁ କି ବିସ୍ଥାପିତଙ୍କ ଗାଁକୁ କୌଣସି ସୁବିଧା ଯୋଗାଇ ଦେଲେ ନାହିଁ । ତେଣୁ ଆଉ ନୁହେଁ ଏବେ ହିଁ ଜବାବ୍ ଦେବାକୁ ନିଷ୍ପତି ନେଇଛନ୍ତି ବାସଚ୍ୟୁତ ।
ଅନୁଗୁଳ ଜିଲ୍ଲା ସମଲ ବ୍ୟାରେଜ ପ୍ରକଳ୍ପ ପାଇଁ ଭିଟାମାଟିରୁ ବିସ୍ଥାପିତ ହୋଇଛନ୍ତି ଏମାନେ । ମାସେ କି ବର୍ଷେ ନୁହେଁ ୪୦ ବର୍ଷ ତଳୁ ଗ୍ରାମବାସୀ ବାଚ୍ୟୁତ ହୋଇଛନ୍ତି । ଏବେ ଅନ୍ୟତ୍ର ରହୁଛନ୍ତି । ହେଲେ ଗାଁକୁ ରାସ୍ତା ନାହିଁ କି ଘାଟ ନାହିଁ । ସଗଡିପାଳ, ଲାଙ୍ଗୁଆବେଡା, ବଲାଙ୍ଗୀ ଓ ବିଜିଗୋଳ ପାଟଣାର ଅଧିବାସୀଙ୍କୁ ନ୍ୟାୟ ମିଳିନାହିଁ । ଥଇଥାନ ନୀତି ଅନୁସାରେ ସହାୟତା ଓ ମୌଳିକ ସୁବିଧା ମିଳୁନଥିବାରୁ ବିସ୍ଥାପିତମାନେ ତାତି ଉଠିଛନ୍ତି । ଚଳିତ ପଂଚାୟତ ନିର୍ବାଚନରେ ସାମିଲ ହେବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।
କୌଣସି ପ୍ରକଳ୍ପ ପାଇଁ ବିସ୍ଥାପିତ ହେଉଥିବା ପରିବାରର ଜଣେ ବ୍ୟକ୍ତିଙ୍କୁ ଚାକିରି ଦେବାର ନିୟମ ରହିଛି । ହେଲେ ଏଥିରୁ ସମଲ ବ୍ୟାରେଜ ବିସ୍ଥାପିତଙ୍କୁ ବାଦ ଦିଆଯାଇଛି । ଅନେକ ବିସ୍ଥାପିତଙ୍କୁ ସଂପୂର୍ଣ୍ଣ କ୍ଷତିପୂରଣ ମିଳିନଥିବା ଅଭିଯୋଗ ହୋଇଛି । କେବଳ ସେତିକି ନୁହେଁ, ବ୍ୟାରେଜରେ କାମ କାମ କରୁଥିବା ୨୭ ଜଣ କ୍ଷତିଗ୍ରସ୍ତଙ୍କ ନିଯୁକ୍ତିକୁ ସ୍ଥାୟୀ କରାଯାଉନାହିଁ । ଏନେଇ ବାରମ୍ବାର ବୈଠକ ବସୁଥିଲେ ବି ସମଧାନ ହୋଇ ପାରୁନାହିଁ । ପ୍ରଶାସନିକ ଅଧିକାରୀ କି ରାଜନେତା ଏହାର ସମାଧାନ ପାଇଁ ଚେଷ୍ଟା କରୁନାହାନ୍ତି । ତେଣୁ କାହାକୁ ଭୋଟ ଦେବେ ନାହିଁ ବୋଲି ଗ୍ରାମବାସୀ ନିଷ୍ପତି ନେଇଛନ୍ତି ।
ନେତାଏ ନିର୍ବଚନ ବେଳେ ଗାଁକୁ ଆସନ୍ତି, ଭୋଟ ପାଇଁ ଗୁହାରୀ କରନ୍ତି, କିନ୍ତୁ ଲୋକଙ୍କ ଗୁହାରି ଶୁଣନ୍ତି ନାହିଁ, ତେଣୁ ସେମିତି ନେତା ବାଛିବାର ନାହିଁ ବୋଲି ଲୋକେ ରୋକ୍ଠୋକ୍ ଶୁଣାଇ ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2022/02/9-2.jpg)