ଲୋକଙ୍କୁ ଯାଦୁ ମଲମ ବାଣ୍ଟି ପ୍ରତିବାଦ କଲେ  ସ୍ୱେଚ୍ଛାସେବୀ । ଗାଢକଣ ଅଞ୍ଚଳରେ ଅଳିଆ ଗଦାକୁ ନେଇ ନିଆରା ପ୍ରତିବାଦ ।   

80

କନକ ବ୍ୟୁରୋ: ଗାଢ଼କଣରେ ଆଞ୍ଚଳିକ ସୁରକ୍ଷା ମଞ୍ଚର ଅଭିନବ ପ୍ରତିବାଦ । ଲୋକଙ୍କୁ ଯାଦୁ ମଲମ ବାଣ୍ଟିଛନ୍ତି ସ୍ୱେଚ୍ଛାସେବୀ । ଦୁର୍ଗନ୍ଧ ପାଇଁ ନିଶ୍ୱାସ ନେବାରେ ସମସ୍ୟା ହେଉଥିବା ବେଳେ ଘରେ ଘରେ ବ୍ୟାପୁଛି ଚର୍ମରୋଗ । ଏହାକୁ ନେଇ ସ୍ଥାନୀୟ ଲୋକଙ୍କୁ ଯାଦୁ ମଲମ ବାଣ୍ଟି ନିଅ।।ରା ଢଙ୍ଗରେ ପ୍ରତିବାଦ ଆରମ୍ଭ ହୋଇଛି ।

 ବିଏମସିକୁ ବାରମ୍ବାର ଜଣାଇବା ପରେ ବି ଗାଢକଣ ଅଞ୍ଚଳରେ ରାଜଧାନୀର ସବୁ ଅଳିଆକୁ ନେଇ ପକାଇ ଡମ୍ପିଂୟାର୍ଡ କରିବା ସେଠିକାର ଲୋକଙ୍କୁ ଅତିଷ୍ଠ କରିଛି । ଦୁର୍ଗନ୍ଧରେ ପୁରା ଅଞ୍ଚଳରେ ଅଶ୍ୱସ୍ତିକର ପରିବେଶ ସୃଷ୍ଟି ହୋଇଛି । ଲୋକେ ଶ୍ୱାସ ସମସ୍ୟା ସହ ଚର୍ମ ରୋଗର ଶିକାର ହେଉଛନ୍ତି । କିନ୍ତୁ ବିଏମସି ଲୋକଙ୍କ ସମସ୍ୟାକୁ ଗୁରୁତର ଭାବେ ନେଉନଥିବାରୁ ଏହାକୁ ବିରୋଧ କରି ଲୋକଙ୍କୁ ଯାଦୁ ମଲମ ବାଣ୍ଟିଛନ୍ତି କିଛି ସ୍ୱେଚ୍ଛାସେବୀ ।