କନକ ବ୍ୟୁରୋ: ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦୋମିର ଜେଲେନସ୍କିଙ୍କ ଦ୍ୱାରା ସ୍ୱାକ୍ଷରିତ ଏକ ‘ମେଜର ଲିଗ୍ ବେସବଲ’ । ଏହାକୁ ନିଲାମ କରାଯାଇ ଏଥିରୁ ମିଳିବାକୁ ଥିବା ଅର୍ଥକୁ ୟୁକ୍ରେନରେ ରିଲିଫ କାମରେ ଲଗାଯିବ ବୋଲି ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।
ଏହି ‘ଏମଏଲବି’ ବେସବଲର ଗୋଟିଏ ପଟେ ୟୁକ୍ରେନୀୟ ‘କର୍ସିଭ୍’ଏବଂ ଅନ୍ୟପଟେ ଜେଲେନସ୍କିଙ୍କ ନାଁ ସାକ୍ଷର ହୋଇଛି । ୨୦୧୯ରେ ‘ବିଗ୍ ଆପ୍ଲ’ ଗସ୍ତ ସମୟରେ ୟୁକ୍ରେନୀୟ ରାଷ୍ଟ୍ରପତି ଏହି ବଲରେ ତାଙ୍କ ନାଁର ଶେଷ ଭାଗ ଲେଖିଥିଲେ ।
ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ମୁତାବକ, ନିଲାମୀ ଜରିଆରେ ଏହି ବେସବଲକୁ ବିକ୍ରୟ କରାଯିବ । ଏହାକୁ ଅନ୍ୟୁନ ୧୫,୦୦୦ ଡଲାରରେ ବିକ୍ରୟ କରାଯିବ,ଅର୍ଥାତ ଭାରତୀୟ ମୂଲ୍ୟରେ ୧୧ ଲକ୍ଷ ୪୭ ହଜାର ଟଙ୍କାରେ ବିକ୍ରି କରାଯିବ । ପୂର୍ବରୁ ଏହି ବଲକୁ ୟୁକ୍ରେନର ରାଷ୍ଟ୍ରଦୂତ ଥିବା ୟେଲଚେଙ୍କୋଙ୍କ ଠାରୁ ଉପହାର ଭାବେ ଗ୍ରହଣ କରିଥିଲେ ନ୍ୟୁୟର୍କର ସରକାରୀ ବ୍ୟାପାର ବିଶେଷଜ୍ଞ ଥିବା ରେଣ୍ଡି ଏଲ କାପଲାନ୍ । ଏଥିରୁ ନିଲାମ ସୂତରେ ଯାହା ଅର୍ଥ ମିଳିବ ତାହାକୁ ୟୁକ୍ରେନ ରିଲିଫ ଫଣ୍ଡକୁ ସମବେଦନା ଜଣାଇବାକୁ ଦିଆଯିବ ବୋଲି କାପଲାନ୍ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/04/Capture-27.jpg)