ପୁରୀରେ ପୁଲିସ ମାଡରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ : ହାଜତ ମୃତ୍ୟୁ ହୋଇଥିବା କହିଲେ ଏସପି; ଏନଏଚଆରସିଙ୍କ ଗାଇଡଲାଇନ ଅନୁସାରେ ହେବ ତଦନ୍ତ

137

କନକ ବ୍ୟୁରୋ : ପୁରୀରୁ ପୁଲିସ ମାଡ଼ରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ । ହାଜତ ମୃତ୍ୟୁ ହୋଇଥିବା ନେଇ ପୁରୀ ଏସପି ଅଖିଳେଶ୍ୱର ସିଂ ସୂଚନା ଦେଇଛନ୍ତି । ଏନଏଚଆରସିଙ୍କ ଗାଇଡଲାଇନ ଅନୁସାରେ ବିଚାରବିଭାଗୀୟ ତଦନ୍ତ ହେବ ବୋଲି ଏସପି କହିଛନ୍ତି । ଅତିରିକ୍ତ ଏସପି ମାମଲାର ପରିଚାଳନା କରିବେ । ଏଚଆରପିସି ଡିଏସପି ଘଟଣାର ତଦନ୍ତ କରିବେ । ହାଜତ ମୃତ୍ୟୁ ନେଇ ଥାନାରେ ମାମଲା ରୁଜୁ ହୋଇଛି ।

ମେଡିକାଲ ନେବା ବାଟରେ ତାଙ୍କର ଯୁବକଙ୍କ ମୃତ୍ୟୁ ହୋଇଥିବା ଅଖିଳେଶ୍ୱର ସିଂ କଂହିଛନ୍ତି । ପୋଲିସ ଯୁବକକୁ ପିଟି ପିଟି ମାରିଦେଇଥିବା ଅଭିଯୋଗ ଆଣିଥିଲେ ମୃତ ଯୁବକର ପରିବାର ଲୋକ । ମୃତ ଯୁବକ ଜଣକ ହେଉଛନ୍ତି ଲୋକନାଥ ରୋଡ୍ ଫାଦର ସ୍କୁଲ ଅଂଚଳର କେ ରମେଶ । ବୟସ ୩୩ ବର୍ଷ । ଦୁଇ ଦିନ ତଳେ ପୋଲିସ ତାକୁ ଉଠାଇ ଆଣି ପଚରାଉଚରା କରୁଥିଲା ।