କନକ ବ୍ୟୁରୋ: ତ୍ରିପୁରାରରେ ଗିରଫ ଦୁଇ ସାମ୍ବାଦିକଙ୍କୁ ଛାଡିବା ପାଇଁ ବିଭିନ୍ନ ମହଲରୁ ଦାବି ଉଠିବାରେ ଲାଗିଛି । ସାଂପ୍ରଦାୟିକ ଉତେଜନା ସଂପର୍କିତ ଖବର ସଂଗ୍ରହ କରିବାକୁ ଯାଇଥିବାବେଳେ ପୋଲିସ ଦୁଇ ସାମ୍ବାଦିକଙ୍କୁ ଗିରଫ କରିଛି । ଏମାନେ ହେଲେ ଝାରସୁଗୁଡାର ସାମ୍ବାଦିକା ସମ୍ରିଦ୍ଧି କେ. ସକୁନି ଏବଂ ଅନ୍ୟଜଣେ ସାମ୍ବାଦିକା ସ୍ୱର୍ଣ୍ଣ ଝା ।
ତେବେ ସାଂପ୍ରଦାୟିକ ହିଂସା ବେଳେ ମସଜିଦ ଓ ମୁସଲମାନଙ୍କ ସଂପତି ନଷ୍ଟ ଭଳି କିଛି ଭିଡିଓ ଏମାନେ ଟ୍ୱିଟ କରିଥିବା ଅଭିଯୋଗ ରହିଛି । କୁହାଯାଉଛି ଏକ ସ୍ଥାନୀୟ ହିନ୍ଦୁ ସଂଗଠନର ଅଭିଯୋଗ ଆଧାରରେ ଦୁଇ ସାମ୍ବାଦିକାଙ୍କୁ ଗିରଫ କରିଛି ତ୍ରିପୁରା ପୋଲିସ । ଶନିବାର ଏମାନେ ରହୁଥିବା ହୋଟେଲରେ ପ୍ରଥମେ ଅଟକ ରଖିଥିଲା ପୋଲିସ ।
ପରେ ରବିବାର ଛାଡି ଦେଇଥିଲେ ମଧ୍ୟ ପୁଣି ଆସାମରେ ଉଭୟଙ୍କୁ ଅଟକ ରଖି ତ୍ରିପୁରା ପୋଲିସକୁ ହସ୍ତାନ୍ତର କରାଯାଇଥିଲା । ହେଲେ ତ୍ରିପୁରା ପୋଲିସର ପଦକ୍ଷେପକୁ ନିନ୍ଦା କରିଛି ଏମାନେ କାମ କରୁଥିବା ସଂସ୍ଥା ଏଚଡବ୍ଲୁ ନ୍ୟୁଜ ନେଟୱର୍କ । ଦୁଇ ସାମ୍ବାଦିକା କେବଳ ଘଟଣା ସଂପର୍କରେ ରିପୋର୍ଟିଂ କରୁଥିଲେ ବୋଲି ସଂସ୍ଥା କହିଛି । ଏହାପରେ ବିଭିନ୍ନ ସାମ୍ବାଦିକ ସଂଘ ପକ୍ଷରୁ ଏମାନଙ୍କ ଗିରଫଦାରିକୁ ନିନ୍ଦା କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2021/11/SwarnaJha_SamriddhiSakhunia_Twitter_Facebook_15112021_1200_0.jpg)