ମେଣ୍ଟ ଚର୍ଚ୍ଚା ଭିତରେ ବଦଳିଲା ବରିଷ୍ଠ ବିଜେଡି ନେତ୍ରୀଙ୍କ ସ୍ୱର । କହିଲେ ଆଉ ଉଠିବନି କେନ୍ଦ୍ରୀୟ ଅବହେଳା, ଏବେ ଲଢ଼େଇ ନୁହେଁ ଦାବି ଜଣାଇବ ରାଜ୍ୟ ।

1,057

କନକ ବ୍ୟୁରୋ : ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା ଭିତରେ ବଦଳିଲା ବିଜେଡି ନେତ୍ରୀଙ୍କ ସ୍ୱର । ଅନ୍ତର୍ଜାତୀୟ ମହିଳା ଦିବସରେ ବିଜେଡିର ମହିଳା କର୍ମୀଙ୍କୁ ସମ୍ବୋଧନ କରି ସ୍ୱର ବଦଳାଇଛନ୍ତି ବରିଷ୍ଠ ବିଜେଡି ନେତ୍ରୀ । ଏଣିକି ଆଉ କେନ୍ଦ୍ରୀୟ ଅବହେଳା କଥା ନଉଠାଇବାକୁ କହିଛନ୍ତି କସ୍ତୁରୀ ମହାପାତ୍ର । ଅବହେଳା ପରିବର୍ତେ କେନ୍ଦ୍ର ନିକଟରେ ଓଡ଼ିଶା ତାର ଦାବି ଉଠାଉଥିବା କହିଛନ୍ତି କସ୍ତୁରୀ । ଏପରିକି ଅବହେଳା ଶବ୍ଦ ଉଚ୍ଚାରଣ କଲେ କେନ୍ଦ୍ର, ଓଡ଼ିଶାକୁ ଅବହେଳା କରିପାରେ ବୋଲି ସେ ଆଶଙ୍କା କରିଛନ୍ତି ।

ଅବହେଳା କହିଲେ, କେନ୍ଦ୍ର ଦୂରେଇ ଦେଇପାରେ ବୋଲି ମଧ୍ୟ ସତର୍କ କରାଇଛନ୍ତି । ଅନ୍ୟ ରାଜ୍ୟ କ୍ଷେତ୍ରରେ ସେଭଳି ହେଉଥିବା ଉଦାହରଣ ଦେଇଛନ୍ତି । ତେଣୁ କେନ୍ଦ୍ର ସହ ଲଢ଼େଇ କରୁଛି ବୋଲି ନକହି ଆମେ ଆମର ଦାବି ରଖୁଛୁ ବୋଲି କହିବାକୁ ଦଳର ମହିଳା କର୍ମୀଙ୍କୁ ପରାମର୍ଶ ଦେଇଛନ୍ତି କସ୍ତୁରୀ ମହାପାତ୍ର ।