କନକ ବ୍ୟୁରୋ: ସରକାରଙ୍କୁ ମାତ୍ ଦେଲା ଭୋଡାଫୋନ । ୨୦ ହଜାର କୋଟି ଟଙ୍କା ଟିକସ ହେରଫେର ନେଇ ସରକାର ଭୋଡାଫୋନ ଉପରେ ଚଳାଇଥିବା ମାମଲାରେ ଭୋଡାଫୋନ ବାଜିମାତ କରିଛି । ସେ ଏହି ମାମଲାରେ ସରକାରଙ୍କୁ ହରାଇ ଜିତାପଟ୍ ହାସଲ କରିଛି । ସରକାରଙ୍କୁ ହତାଶ କରି ଆର୍ନ୍ତଜାତୀୟ ମଧ୍ୟସ୍ଥତାରେ ଏହି ମାମଲାର ରାୟକୁ ନିଜ ସପକ୍ଷରେ ନେଇ ପାରିଛି ଭୋଡାଫୋନ ।
ଏନେଇ ଭୋଡାଫୋନ ପକ୍ଷରୁ କୁହାଯାଇଛି ଯେ, ସିଙ୍ଗାପୁରର ଏକ ଅର୍ନ୍ତଜାତୀୟ ଅଦାଲତରେ ଭାରତ ସରକାର ତାଙ୍କ ଉପରେ ଚଳାଇଥିବା ମାମଲାର ଜିତାପଟ ଭୋଡାଫୋନ କମ୍ପାନୀର ହୋଇଛି । ଏହି ମାମଲାରେ ଭାରତ ସରକାର ୧୨ ଶହ କୋଟିର ଟ୍ୟାକ୍ସ ଓ ୭ ହଜାର ୯ ଶହ କୋଟିର ଜୋରିମାନା ଲଗାଇ ଏକ ମାମଲା ଚଳାଇଥିଲେ । ଯାହାକୁ ଅନାୟଶରେ ଜିତି ନେଇଛି ବିଶାଳ ଟେଲିକମ୍ ନେଟୱାର୍କ ଭୋଡାଫୋନ କମ୍ପାନୀ ।
ଭୋଡାଫୋନ କମ୍ପାନୀ ଉପରେ ଏହି ମାମଲା ସରକାର ଦାଖଲ କରିବା ପରେ କମ୍ପାନୀ ପକ୍ଷରୁ ୨୦୧୬ରେ ଭାରତ ସରକାରଙ୍କ ବିରୋଧରେ ସିଙ୍ଗାପୁରର ଅର୍ନ୍ତଜାତୀୟ ମଧ୍ୟସ୍ଥତା ଟ୍ରିବ୍ୟୁନାଲରେ ଏକ ମାମଲା ଦାୟର କରିଥିଲେ । ଲାଇସେନ୍ସ ଫି ଓ ସ୍ପେଶର ଅପବ୍ୟବହାରକୁ ନେଇ ଭାରତ ସରକାର ଓ ଭୋଡାଫୋନ କମ୍ପାନୀ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/14-33.jpg)