ଭୋଡାଫୋନ୍ ଆଣିଲା ନୂଆ ପ୍ଲାନ୍ ! ମାତ୍ର ୩୪୪ଟଙ୍କାରେ ଅସୀମିତ ଡାଟା ସହ ଭଏସ୍ କଲ୍

27

କନକ ବ୍ୟୁରୋ : ଟେଲିକମ୍ କମ୍ପାନୀ ଭିତରେ ଚାଲିଛି ଜୋରଦାର୍ ଟକ୍କର । ଗୋଟିଏ ପରେ ଗୋଟିଏ କମ୍ପାନୀ ନିଜ ଗ୍ରାହକ ମାନଙ୍କ ପାଇଁ ଆଣିଦେଉଛନ୍ତି ଦମଦାର୍ ଅଫର୍ । ଏବେ ପୁଣି ଦେଶର ଦ୍ୱିତୀୟ ଅଗ୍ରଣୀ ଟେଲିକମ୍ କମ୍ପାନୀ ଭୋଡାଫୋନ୍ କରିଛି ଏକ ବଡ ଘୋଷଣା । ଏହି ନୂଆ ପ୍ଲାନ୍ ଅନୁଯାୟୀ ମାତ୍ର ୩୪୪ ଟଙ୍କା ରିଚାର୍ଜ କରି ଗ୍ରାହକ ପ୍ରତିଦିନ ୧ଜିବି ଡାଟା ସହ ପାଇବେ ଅସୀମିତ ଭଏସ୍ କଲ୍ । ଆଉ ବୈଧତା ହେଉଛି ୨୮ ଦିନ । ତେବେ ମିଳିଥିବା ସୂଚନା ଅନୁସାରେ, ଏହି ଅଫର୍ ମାତ୍ର କିଛି ସମୟ ପାଇଁ ଜାରି କରାଯାଇଛି ।

ଭୋଡାଫୋନ୍ କିଛି ଦିନ ପୂର୍ବରୁ ଏଭଳି ଏକ ପ୍ଲାନ୍ ଆଣିଥିଲା । କିନ୍ତୁ ତାହା ସମସ୍ତ ଗ୍ରାହକଙ୍କ ପାଇଁ ନଥିଲା । କିନ୍ତୁ ବର୍ତ୍ତମାନ ଜାରି କରାଯାଇଥିବା ପ୍ଲାନର ଲାଭ ଦେଶର ସମସ୍ତ ରାଜ୍ୟର ସମସ୍ତ ଉପଭୋକ୍ତା ଉଠାଇପାରିବେ ।

ତେବେ ଏହି ପ୍ଲାନ୍ ପାଇଁ କିଛି ସର୍ତ୍ତ ରଖିଛି ଭୋଡାଫୋନ୍ । ଏହି ପ୍ଲାନରେ ଜିଓ ପରି ଅସୀମିତ ଭଏସ୍ କଲ୍ ନୁହେଁ । ଭୋଡାଫୋନ୍ ଏହି ପ୍ଲାନରେ ସପ୍ତାହକୁ ୧୨୦୦ ମିନିଟ୍ ଏବଂ ପ୍ରତିଦିନ ୩୦୦ମିନିଟ୍ ଦେଉଛି । ତେବେ ଯେଉଁ ଗ୍ରାହକ ସପ୍ତାହ ମଧ୍ୟରେ ୧୨୦୦ମିନିଟ୍ ପୁରା କରିଦିଏ ତାଙ୍କୁ ପ୍ରତି ମିନିଟକୁ ୧୦ପଇସା ହିସାବରେ ଦେବାକୁ ପଡିବ । ଯଦି ଦିଆଯାଇଥିବା ମିନିଟ୍ ସପ୍ତାହର ପ୍ରଥମ ଦିନରେ ସରିଯାଏ ତେବେ ବାକି ୬ ଦିନ ପୁରା ଟଙ୍କା ଦେବାକୁ ପଡିବ ।

ଏହା ପୂର୍ବରୁ ଭୋଡାଫୋନ୍ ୨୪୪ଟଙ୍କିଆ ପ୍ଲାନ୍ ଆଣିଥିଲା । ଯେଉଁଥିରେ ଗ୍ରାହକଙ୍କୁ ୭୦ ଦିନର ବୈଧତା ସହ ପ୍ରତିଦିନ ୧ଜିବି ଡାଟା ଏବଂ ଭୋଡାଫୋନରୁ ଭୋଡାଫୋନ୍ ଅସୀମିତ ଭଏସ୍ କଲ୍ ମିଳୁଥିଲା ।