ମୋବାଇଲ ଗ୍ରାହକଙ୍କୁ ଜୋରଦାର୍ ଝଟକା ! ୮ଗୁଣା ବଢିପାରେ ଟାରିଫ୍ ପ୍ଲାନ୍...ଉଭୟ ଡାଟା ଏବଂ କଲିଂ ପାଇଁ ଦେବାକୁ ପଡିପାରେ ଅଲଗା ଅଲଗା ଟଙ୍କା

Advertisment
ମୋବାଇଲ ଗ୍ରାହକଙ୍କୁ ଜୋରଦାର୍ ଝଟକା ! ୮ଗୁଣା ବଢିପାରେ ଟାରିଫ୍ ପ୍ଲାନ୍...ଉଭୟ ଡାଟା ଏବଂ କଲିଂ ପାଇଁ ଦେବାକୁ ପଡିପାରେ ଅଲଗା ଅଲଗା ଟଙ୍କା

କନକ ବ୍ୟୁରୋ: ଶେଷ ହୋଇଯିବ ଶସ୍ତା ଡାଟା ଏବଂ ମାଗଣା କଲିଂ ଯୁଗ । ପୁଣି ପୂର୍ବ ପରି ଉଭୟ ଇଂଟରନେଟ୍ ଏବଂ କଥାବାର୍ତ୍ତା ହେବା ପାଇଁ ଗ୍ରାହକଙ୍କୁ ଦେବାକୁ ପଡିବ ଅଲଗା ଅଲଗା ଟଙ୍କା । ଏକଥା ଆମେ କହୁନାହିଁ ବରଂ ଏନେଇ ଦୂର ସଂଚାର ମନ୍ତ୍ରାଳୟ ନିକଟକୁ ଚିଠି ଲେଖି ଟେଲିକମ କଂପାନୀମାନେ ସୁପାରିଶ କରିଛନ୍ତି ।

ତେବେ ମୋବାଇଲ ଡାଟା ପାଇଁ ସର୍ବନିମ୍ନ ଟାରିଫ ପ୍ନାନକୁ ୩୫ ଟଙ୍କା ପ୍ରତି ଜିବି କରିବାକୁ ଦାବି କରିଛି ଭୋଡାଫୋନ-ଆଇଡିଆ । ଯାହାକି ପ୍ରଚଳିତ ଦରଦାମ ତୁଳନାରୁ ପ୍ରାୟ ସାତ-୮ ଗୁଣା ଅଧିକ । ଡିପାର୍ଟମେଂଟ ଅଫ ଟେଲିକମକୁ କଂପାନୀ ପକ୍ଷରୁ ଦିଆଯାଇଥିବା ଏହି ଚିଠିରେ ଉଲ୍ଲେଖ କରାଯାଇଛି କି, କଂପାନୀ ଚାହୁଁଛି କି ୩୫ ଟଙ୍କା ପ୍ରତି ଜିବି ଡାଟା ଦର ସ୍ଥିର କରାଯାଉ । ଖାଲି ଏତିକି ନୁହେଁ ମାସିକ କନେକ୍ସନ ପାଇଁ ସର୍ବନିମ୍ନ ଚାର୍ଜକୁ ୫୦ ଟଙ୍କା ସ୍ଥିର କରାଯାଉ ବୋଲି । ଆଉ ଏହି ନୂଆ ପ୍ଲାନକୁ ଚଳିତ ବର୍ଷ ଏପ୍ରିଲ ପହିଲାରୁ ଲାଗୁ କରିବାକୁ ଟେଲିକମ କଂପାନୀ ପକ୍ଷରୁ ସୁପାରିଶ ହୋଇଛି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ଏଜିଆର କାରଣରୁ ଟେଲିକମ କଂପାମୀଙ୍କୁ ଏବେ ଅନେକ କ୍ଷତି ସହିବାକୁ ପଡୁଛି । ସ୍ୁପ୍ରିମକୋର୍ଟର ନିର୍ଦ୍ଦେଶ ପରେ ଏହି କଂପାନୀଙ୍କୁ ୫୩ ହଜାର କୋଟି ଟଙ୍କା ଏଜିଆର ବାବଦକୁ ପରିଶୋଧ କରିବାକୁ ପଡିବ । ତେଣୁ ଭୋଡାଫୋନ-ଆଇଡିଆ ଏଜିଆର ପୂରା ରକମ ପରିଶୋଧ କରିବା ପାଇଁ ୧୮ ବର୍ଷ ସମୟ ମାଗିବା ସହ ଆଉଟଗୋଇଂ କଲ୍ ପାଇଁ ସର୍ବନିମ୍ନ ମୂଲ୍ୟ ମିନିଟ୍ ପିଛା ୬ ପଇସା ସ୍ଥିର କରିବାକୁ ଦାବି କରିଛନ୍ତି ।

କମ୍ପାନୀର କହିବାନୁସାରେ, ମୋବାଇଲ୍ କଲ୍ ଏବଂ ଡାଟା ହାରରେ ବୃଦ୍ଧି ଏହା ଭୋଡାଫୋନ୍ ଏବଂ ଆଇଡିଆ ସହିତ ସମାନ ସ୍ତରରେ ରାଜସ୍ୱ ସୃଷ୍ଟି କରିବାରେ ସହାୟକ ହେବ। କମ୍ପାନୀ କହିଛି ଯେ ଶୁଳ୍କ ପରେ ସେହି ସ୍ତରକୁ ଯିବାକୁ ତିନି ବର୍ଷ ଲାଗିବ। ତେଣୁ ଏଜିଆର ଦେୟ ପ୍ରଦାନ ପାଇଁ ଏହା ତିନି ବର୍ଷର ସମୟ ମାଗିଛି ବୋଲି ଜଣାପଡିଛି । ଯଦି ଭୋଡାଫୋନ-ଆଇଡିଆର ଏହି ସୁପାରିଶ ଗ୍ରହଣ କରିଦିଆଯାଏ ତେବେ ଗ୍ରାହକଙ୍କୁ ଏଥିପାଇଁ ଜୋରଦାର ଝଟକା ଲାଗିପାରେ । ଯଦି ଭୋଡାଫୋନ-ଆଇଡିଆ ନିଜ ଟାରିଫ୍ ପ୍ଲାନ ବୃଦ୍ଧି କରିଦିଅନ୍ତି ତେବେ ଜିଓ ଏବଂ ଏୟାରଟେଲ କଂପାନୀ ବି ନିଜ ଟାରିଫ ପ୍ଲାନର ଦାମ ବଢାଇପାରନ୍ତି । ଆଉ ଯଦି ଏଭଳି ହୁଏ ତେବେ ଡାଟା ଏବଂ କଲିଂ ପାଇଁ ଗ୍ରାହକଙ୍କୁ ପୁଣି ପୂର୍ବ ଭଳି ଟଙ୍କା ପରିଶୋଧ କରିବାକୁ ପଡିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe