ଭୋଡାଫୋନ୍-ଆଇଡିଆ ଗ୍ରାହକଙ୍କ ପାଇଁ ଖୁସି ଖବର । ଏଣିକି ଯେକୌଣସି ନେଟୱାର୍କକୁ କରିହେବ ଅନଲିମିଟେଡ୍ ଫ୍ରି କଲ୍ ।

ଭୋଡାଫୋନ୍-ଆଇଡିଆ ଗ୍ରାହକଙ୍କ ପାଇଁ ଖୁସି ଖବର । ଏଣିକି ଯେକୌଣସି ନେଟୱାର୍କକୁ କରିହେବ ଅନଲିମିଟେଡ୍ ଫ୍ରି କଲ୍ ।

image courtesy - www.hrkatha.com

କନକ ବ୍ୟୁରୋ : ଭୋଡାଫୋନ୍ ଏବଂ ଆଇଡିଆ ଗ୍ରାହକଙ୍କ ପାଇଁ ଖୁସି ଖବର । ଏଣିକି ଯେକୌଣସି ନେଟୱାର୍କକୁ କରିହେବ ଅନଲିମିଟେଡ୍ ଫ୍ରି କଲ୍ । ଟେଲିକମ୍ ସେକ୍ଟରରେ ଡାଟା ଏବଂ କଲ୍ ପ୍ୟାକକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ପରେ ନିଜ ଟ୍ୟାରିଫ ପ୍ଲାନକୁ ପୁଣି ବଦଳାଇଛନ୍ତି ଭୋଡାଫୋନ୍-ଆଇଡିଆ । କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି ଯେ, ଏଣିକି ଅନ୍ୟ ନେଟୱାର୍କକୁ ଅସୀମିତ କଲିଂ ସୁବିଧା ପାଇପାରିବେ ଗ୍ରାହକ ।

publive-imageନିକଟରେ ଡାଟା ଟ୍ୟାରିଫରେ ବୃଦ୍ଧି ରୂପରେ ଟେଲିକମ୍ ଇଣ୍ଡଷ୍ଟ୍ରିରେ ଏକ ବଡ ଧରଣର ପରବର୍ତନ ଦେଖାଯାଇଥିଲା । ଡାଟ ପ୍ୟାକରେ ବୃଦ୍ଧି କରାଯିବା ସହ ଅସୀମିତ କଲ୍ ପ୍ଲାନକୁ ସୀମିତ କରାଯାଇଥିଲା । ଅର୍ଥାତ ଏହି ପ୍ଲାନରେ ଗ୍ରାହକଙ୍କ ପାଇଁ ଫ୍ରି କଲିଂ ବଦଳରେ ଅନ୍ୟ ନେଟୱାର୍କକୁ କଲ୍ ପାଇଁ କିଛି ମିନିଟ୍ ଧାର୍ଯ୍ୟ କରାଗଲା । କୌଣସି ୨୮ ଦିନିଆ ପ୍ଲାନରେ ଯଦି ଗ୍ରାହକଙ୍କୁ ୧୦୦୦ ମିନିଟର ଫ୍ରି କଲିଂ ସୁବିଧା ଦିଆଯାଇଛି, ତେବେ ଭାଲିଡିଟି ଶେଷ ହେବା ପୂର୍ବ ଏହି ୧୦୦୦ ମିନିଟି ଶେଷ ହୋଇଯାଇଛି, ତେବେ ଆପଣଙ୍କୁ ଆଉ ଥରେ ଟକ୍ ଟାଇମ୍ ରିଚାର୍ଜ କରିବାକୁ ପଡିବ । କିନ୍ତୁ ଏହି ନୂଆ ଘୋଷଣା ପରେ ଏଣିକି ଭୋଡାଫୋନ୍ ଏବଂ ଆଇଡିଆ ଗ୍ରାହକ ପୁଣି ଥରେ ଅସୀମିତ ଫ୍ରି କଲିଂର ସୁବିଧା ପାଇପାରିବେ ।

ଏହା ପୂର୍ବରୁ ଭୋଡାଫୋନ୍ ଏବଂ ଆଇଡିଆ ସମେତ ଅନ୍ୟ କେତେକ କମ୍ପାନୀ ନିଜର ପ୍ରିପେଡ୍ ଟ୍ୟାରିଫ୍ ପ୍ଲାନରେ ପରିବର୍ତନ କରିଥିଲେ । ଯାହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଏପରିକି ସୋସିଆଲ ମିଡିଆରେ ମଧ୍ୟ ଟେଲିକମ୍ କମ୍ପାନୀ ଗୁଡିକର ଏଭଳି ନିଷ୍ପତିକୁ ନେଇ ପ୍ରଶ୍ନ ଉଠାଇଥିଲେ ଗ୍ରାହକ । ଆଉ ଶେଷରେ ଗ୍ରାହକଙ୍କ ମନ ଜିଣିବାକୁ ପୁଣି ଥରେ କରାଯାଇଛି ବଡ ଘୋଷଣା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe