କନକ ବ୍ୟୁରୋ : ଟେଲିକମ୍ କମ୍ପାନୀ ଭୋଡାଫୋନ୍ ଦୁନିଆର ପ୍ରଥମ ଏସ୍ଏମ୍ଏସ୍ ନିଲାମ କରିବାକୁ ଯାଉଛି। ଦୁନିଆର ପ୍ରଥମ ଏସଏମଏସ ୧୪ଟି ଅକ୍ଷରରେ ଥିଲା ଏବଂ ଏହାର ନିଲାମ ମୂଲ୍ୟ ପ୍ରାରମ୍ଭିକ ଭାବେ ୧.୫ କୋଟି ଟଙ୍କା ରଖାଯାଇଛି | ଅର୍ଥାତ ନିଲାମ ପ୍ରକ୍ରିୟା ଦେଢ଼ କୋଟି ଟଙ୍କାରୁ ଆରମ୍ଭ ହେବ |କମ୍ପାନୀ କହିଛି ଯେ ଏହି SMS କୁ ଏକ ଅଣ-ଫୁଂଜିବୁଲ ଟୋକେନ୍ (NFT) ଭାବରେ ନିଲାମ କରିବ | କମ୍ପାନୀ ଏହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ପୋଷ୍ଟ କରିଛି ଯେ ଏହା ଭୋଡାଫୋନର ପ୍ରଥମ NFT ଏବଂ ବିଶ୍ୱର ପ୍ରଥମ ଏସଏମଏସ ନିଲାମ କରିବା ପାଇଁ କମ୍ପାନୀ ଏହାକୁ NFT ରେ ରୂପାନ୍ତର କରୁଛି |
15 Letters that changed the world. @Vodafone auctions the #1stSMS as NFT. It’s message “Merry Christmas”. We will donate the proceeds to @UNHCR. @Celebrity Spread the word @tyler@cameron@saylor@MatthewRoszak@TimDraper@FEhrsam@cz_binance@jack@frank_thelen@Geminipic.twitter.com/feZr3syAWl
— Vodafone Deutschland (@vodafone_de) December 15, 2021
ଦୁନିଆର ପ୍ରଥମ ଏସଏମଏସର ନିଲାମ ପ୍ୟାରିସରେ କରାଯିବ | ନିଲାମରେ ବିଡିଂ ପାଇଁ ଆପଣ ଅନଲାଇନରେ ମଧ୍ୟ ଅଂଶଗ୍ରହଣ କରିପାରିବେ | ଖବର ଅନୁଯାୟୀ, ଭୋଡାଫୋନ୍ ଘୋଷଣା କରିଛି ଯେ ଏହି ନିଲାମରେ ସଂଗୃହିତ ଅର୍ଥକୁ UNHCR କୁ ଦାନ କରିବ, ଯାହା ଯୁଦ୍ଧ ଏବଂ ଅନ୍ୟାନ୍ୟ କାରଣରୁ ବେସାହାରା ହୋଇପଡିଥିବା ପ୍ରାୟ ୮.୨୪ କୋଟି ଲୋକଙ୍କୁ ସାହାଯ୍ୟ କରିବ।