ଜେଲେନସ୍କିଙ୍କ ପ୍ରେମରେ ପୁଟିନଙ୍କ କନ୍ୟା, ୨ ବର୍ଷରେ ଭେଟିଛନ୍ତି ୫୦ ଥର

2,054

କନକ ବ୍ୟୁରୋ : ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଏବେ ୩ ମାସରେ ପହଂଚିବାକୁ ଯାଉଛି । ଏହି କ୍ରମରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନର ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କିଙ୍କ ନାମ ଶୁଣିଲେ ରାଗରେ ପଞ୍ଚମ ହେଇଯାଉଛନ୍ତି । ହେଲେ ଏବେ ବିଦେଶୀ ଗଣମାଧ୍ୟମରେ ଯେଉଁ ଖବର ପ୍ରକାଶ ପାଇଛି ତାହା ଶୁଣିବା ପରେ ପୁଟିନ ତାଜୁବ ହୋଇଯାଇଛନ୍ତି । ଖବର ମୁତାବକ ପୁଟିନଙ୍କ ଝିଅ କେଟେରୀନା ତିଖୋନେବା ଜେଲେନସ୍କିଙ୍କୁ ପ୍ରେମ କରୁଛନ୍ତି ଓ ତାଙ୍କର ଗୋଟିଏ କନ୍ୟା ସନ୍ତାନ ବି ଅଛି । ସେମାନେ ୫ ବର୍ଷ ଧରି ପ୍ରେମ ସଂପର୍କରେ ଥିବା କଥା ପ୍ରକାଶ କରିଛି ଜର୍ମାନର ଗଣମାଧ୍ୟମ ସ୍ପାଇଗିଲ । ପୁଟିନଙ୍କ ସାନ ଝିଅ କେଟେରୀନା ୧୯୮୬ ମସିହାରେ ଜନ୍ମଗ୍ରହଣ କରିଥିଲେ । ସେ ନିଜର ପ୍ରଥମ ବିବାହ ଋଷର ଆରବପତି ବ୍ୟବସାୟୀ କିରିଲ ଶାମଲେବଙ୍କୁ କରିଥିଲେ । ହେଲେ ଏହି ବିବାହ ଗୋଟିଏ ବର୍ଷ ବି ତିଷ୍ଟି ନଥିଲା । ୨୦୧୭ ମସିହାରେ ଉଭୟ ଉଭୟଙ୍କ ଠାରୁ ଅଲଗା ହୋଇଯାଇଥିଲେ ।

ସେପଟେ ଯଦି ଆମେ କେଟେରୀନାଙ୍କ ବୟଫ୍ରେଣ୍ଡ ଜେଲେନସ୍କିଙ୍କ ବାବଦରେ କଥା ହେବା ତେବେ ଜେଲେନସ୍କି ଜଣେ ନୃତ୍ୟଶୀଳ୍ପି । ୫୨ ବର୍ଷିୟ ଜେଲେନସ୍କି ପ୍ରଥମେ କୋରିଓଗ୍ରାଫର ୟାନା ସେରେବ୍ରିକୋବାଙ୍କୁ ବିବାହ କରିଥିଲେ । ୟାନାଙ୍କର ଦୁଇଟି ଝିଅ ଓ ଗୋଟିଏ ପୁଅ ଅଛନ୍ତି ।

ଗୋଟିଏ ପଟେ ପଶ୍ଚିମ ଦେଶମାନଙ୍କରେ ରହୁଥିବା ଋଷି ନାଗରିକଙ୍କ ପ୍ରତି ପୁଟିନ ଅସନ୍ତୁଷ୍ଟ ଥିବା ବେଳେ ତାଙ୍କ କନ୍ୟା କେଟେରୀନା ସରକାରୀ ସୁରକ୍ଷା ଭିତରେ ନିଜ ପ୍ରେମିକାଙ୍କୁ ଭେଟିବାକୁ ୨ ବର୍ଷ ମଧ୍ୟରେ ୫୦ ଥର ଯାଇଛନ୍ତି । ରିପୋର୍ଟରେ କୁହାଯାଇଛି କି ଜେଲେନସ୍କି ଓ କେଟେରୀନା ୨୦୨୨ ପ୍ରାରମ୍ଭରେ ମିଳିତ ଭାବେ ମ୍ୟୁନିଖରେ ରହୁଥିଲେ ।