ମହିଳାମାନଙ୍କର ଅତି କମରେ ଆଠଟି ସନ୍ତାନ ଜନ୍ମକରିବା ଉଚିତ । କାହିଁକି ଏମିତି କହିଲେ ରାଷ୍ଟ୍ରପତି ପୁଟିନ ?

ମହିଳାମାନଙ୍କର ଅତି କମରେ ଆଠଟି ସନ୍ତାନ ଜନ୍ମକରିବା ଉଚିତ । କାହିଁକି ଏମିତି କହିଲେ ରାଷ୍ଟ୍ରପତି ପୁଟିନ ?

ଭ୍ଲାଦିମିର ପୁଟିନଙ୍କ ଏହି ମନ୍ତବ୍ୟ ୟୁକ୍ରେନ ଯୁଦ୍ଧ ସହିତ ଜଡିତ ଅଛି  କି ? ଯେଉଁଥିରେ ବହୁ ସଂଖ୍ୟକ ରୁଷ ସୈନିକ ପ୍ରାଣ ହରାଇଛନ୍ତି । ତେବେ ପୁଟିନ ତାଙ୍କ ଅଭିଭାଷଣରେ ନିହତ ସୈନିକଙ୍କ ସଂଖ୍ୟା ବିଷୟରେ କିଛି ଉଲ୍ଲେଖ କରିନାହାଁନ୍ତି ।

ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତାଙ୍କ ଭାଷଣରେ ଦେଶର ମହିଳାମାନଙ୍କୁ ଏକ ଅଜବ ଧରଣର ଆବେଦନ କରିଛନ୍ତି ।  ପୁଟିନ ରଷିଆନ ପିପୁଲ୍ସ କାଉନସିଲରେ ଦେଇଥିବା ଅଭିଭାଷଣରେ ଅନ୍ତତପକ୍ଷେ ଆଠଟି ସନ୍ତାନ ଜନ୍ମ କରିବାକୁ  ଏବଂ ଦେଶରେ ବଡ ପରିବାରକୁ ସେମାନଙ୍କର ଆଦର୍ଶ ବୋଲି ବିବେଚନା କରିବାକୁ ପୁଟିନ ନିବେଦନ କରିଛନ୍ତି ।

ଦି ଇଣ୍ଡିପେଣ୍ଡେଣ୍ଟ ରିପୋର୍ଟ ଅନୁଯାୟୀ ପୁଟିନଙ୍କ ଏହି ବିବୃତ୍ତିରୁ ଅନେକ ଅର୍ଥ ଉତ୍ପନ୍ନ ହେଉଛି । ଏହି ବିବୃତ୍ତି ପଛରେ ଗୋଟିଏ କାରଣ ହେଉଛି ୧୯୯୦ ଦଶକରୁ ରୁଷରେ ଜନ୍ମହାର କ୍ରମାଗତ ଭାବେ ହ୍ରାସ ପାଉଛି । ସେଥିରେ କୌଣସି ଉନ୍ନତି ହୋଇନାହିଁ । ଗତ ବର୍ଷ ଫେବୃଆରୀରେ ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଦେଶରେ ତିନି ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ।

ସମୟ ଆମର : ପୁଟିନ

ଏହି ସମାରୋହକୁ ରୁଷର ଅର୍ଥୋଡକ୍ଶ ଚର୍ଚ୍ଚର ମୁଖ୍ୟ ପାଟ୍ରିୟାକ କିରିଲ ଆୟୋଜନ କରିଥିଲେ । ଯେଉଁଥିରେ ଋଷର ନେକ ପାରମ୍ପାରିକ ସଂଗଠନର ପ୍ରତିନିଧୀମାନେ ଅଂଶଗ୍ରହଣ କରିଥିଲେ । ପୁଟିନ କହିଛନ୍ତି ଯେ ରୁଷର ଜନସଂଖ୍ୟା ବୃଦ୍ଧି ତାଙ୍କ ସରକାରଙ୍କ ଟାର୍ଗେଟ, ଯେଉଁଥିପାଇଁ ସରକାର ଆଗାମୀ କିଛି ବର୍ଷ ପର୍ଯ୍ୟନ୍ତ ଧ୍ୟାନ କେନ୍ଦ୍ରିତ କରିବେ । ଯାହାଦ୍ୱାରା ଆଗାମୀ ଦିନରେ ଦେଶର ଜନସଂଖ୍ୟା ଅପେକ୍ଷାକୃତ ବୃଦ୍ଧି ପାଇପାରିବ | ଏହି ଲକ୍ଷ୍ୟ ସହିତ ରୁଷର ଭବିଷ୍ୟତ ସୁରକ୍ଷିତ ରହିବ। ଆଗାମୀ ସମୟ ଋଷର ଅଟେ ।  ଆମେ  ଶତାବ୍ଦୀ ପୁରୁଣା, ଶକ୍ତିଶାଳୀ ।

ପରମ୍ପରାକୁ ବଞ୍ଚାଇବା ଆବଶ୍ୟକ: ପୁଟିନ

ପୁଟିନ ଆହୁରି ମଧ୍ୟ କହିଛନ୍ତି, 'ରୁଷର କେତେକ ଜାତି ଆଜି ମଧ୍ୟ ଚାରି, ପାଞ୍ଚ କିମ୍ବା ଅଧିକ ସନ୍ତାନ ଜନ୍ମ କରିବାର ପରମ୍ପରାକୁ ବଞ୍ଚାଇ ରଖିଛନ୍ତି । ଆମକୁ ମନେ ରଖିବାକୁ ହେବ ଯେ ରୁଷିଆ ପରିବାରରେ କିପରି ଆମର ଜେଜେମା’ଙ୍କ ସାତ, ଆଠ କିମ୍ବା ଅଧିକ ସନ୍ତାନ ଥିଲେ । ଆସନ୍ତୁ ଏହି ଉତ୍କୃଷ୍ଟ ପରମ୍ପରାଗୁଡ଼ିକୁ ସଂରକ୍ଷଣ ଏବଂ ପୁନର୍ଜୀବିତ କରିବା । ବଡ଼ ପରିବାର ଆଦର୍ଶ ହେବା ଉଚିତ୍, କାରଣ ପରିବାର କେବଳ ରାଜ୍ୟ ଏବଂ ସମାଜର ମୂଳଦୁଆ ନୁହେଁ ବରଂ ଏହା ଏକ ଆଧ୍ୟାତ୍ମିକ ଘଟଣା ଏବଂ ନୈତିକତାର ଉତ୍ସ ମଧ୍ୟ ଅଟେ ।

୩ ଲକ୍ଷ ମୃତ୍ୟୁ ଏବଂ ୯ ଲକ୍ଷ ଲୋକ ଦେଶ ଛାଡିଛନ୍ତି

ବର୍ତ୍ତମାନ ପୁଟିନଙ୍କ ଏହି ମନ୍ତବ୍ୟ ପାଶ୍ଚାତ୍ୟ ଦେଶରେ ବିଶ୍ଳେଷଣ କରାଯାଉଛି। ଯଦିଓ ରୁଷର ରାଷ୍ଟ୍ରପତିଙ୍କ ମନ୍ତବ୍ୟ ୟୁକ୍ରେନ ଯୁଦ୍ଧରେ ରୁଷ ସୈନିକଙ୍କ ମୃତ୍ଯୁର କ୍ଷୟକ୍ଷତିର ଆକଳନକୁ ସିଧାସଳଖ ଦର୍ଶାଇ ନାହିଁ, କିନ୍ତୁ ଅନେକ ବିଶେଷଜ୍ଞ ତାଙ୍କ ବିବୃତ୍ତିକୁ ୟୁକ୍ରେନ ଯୁଦ୍ଧରେ ନିହତ ସୈନିକଙ୍କ ସଂଖ୍ୟା ସହ ଯୋଡିଛନ୍ତି, ଯାହା ଏପର୍ଯ୍ୟନ୍ତ ମସ୍କୋ ପ୍ରଶାସନ ଦ୍ୱାରା ସ୍ପଷ୍ଟ ହୋଇନାହିଁ ।ବ୍ରିଟିଶ ପ୍ରତିରକ୍ଷା ମନ୍ତ୍ରଣାଳୟ ଦାବି କରିଛି ଯେ ଏହି ଯୁଦ୍ଧରେ ମୃତ୍ୟୁ ସଂଖ୍ୟା ତିନି ଲକ୍ଷରୁ ଅଧିକ ହୋଇଛି । ଏକ ସ୍ବାଧୀନ ରୁଷ ଥିଙ୍କ ଟ୍ୟାଙ୍କର ଏକ ରିପୋର୍ଟରେ କୁହାଯାଇଛି ଯେ ଏହି ଯୁଦ୍ଧ ହେତୁ ପ୍ରାୟ ୮ ରୁ ୯ ଲକ୍ଷ ଲୋକ ଦେଶ ଛାଡି ପଳାଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe