ଫୋନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହେଲେ ଭ୍ଲାଦିମିର ପୁଟିନ୍। ଜି-୨୦ ବୈଠକରେ ଯୋଗଦେବେନି ବୋଲି କହିଲେ ରୁଷ ରାଷ୍ଟ୍ରପତି

Advertisment
ଫୋନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହେଲେ ଭ୍ଲାଦିମିର ପୁଟିନ୍। ଜି-୨୦ ବୈଠକରେ ଯୋଗଦେବେନି ବୋଲି କହିଲେ ରୁଷ ରାଷ୍ଟ୍ରପତି

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫୋନ୍ ଯୋଗେ ଆଲୋଚନା କଲେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ଉଭୟ ନେତା ମହାକାଶ ସହଯୋଗ, ବ୍ରିକ୍ସ ସମ୍ପ୍ରସାରଣ ଓ ଜି-୨୦ ବୈଠକ ସମେତ ବିଭିନ୍ନ ଦ୍ୱିପାକ୍ଷିକ ସମ୍ପର୍କରେ ଆଲୋଚନା କରିଛନ୍ତି । ଆସନ୍ତା ୯ ଓ ୧୦ ତାରିଖରେ ଦିଲ୍ଲୀରେ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ସେ ଯୋଗଦେଇପାରିବେ ନାହିଁ ବୋଲି କହିଛନ୍ତି ପୁଟିନ୍ । ରୁଷ୍ ବିଦେଶ ମନ୍ତ୍ରୀ ସେର୍ଗି ଲବରୋବ ରୁଷକୁ ଜି-୨୦ ବୈଠକରେ ପ୍ରତିନିଧିତ୍ୱ କରିବେ । ମୋଦୀ ଭାରତର ଜି-୨୦ ଅଧ୍ୟକ୍ଷତା ଅଧୀନରେ ସମସ୍ତ କାର୍ଯ୍ୟକ୍ରମକୁ ରୁଷ ପକ୍ଷରୁ ମିଳିଥିବା ଲଗାତର ସମର୍ଥନ ପାଇଁ ପୁଟିନକୁ ଧନ୍ୟବାଦ ଜଣାଇଛନ୍ତି ।

ସେପଟେ କ୍ରେମ୍ଲିନ୍ ପକ୍ଷରୁ କୁହାଯାଇଛି ଯେ, ବୃହତର ଶକ୍ତି ପ୍ରକଳ୍ପ ସହିତ ଅନ୍ତର୍ଜାତୀୟ ପରିବହନ ଓ ଲଜିଷ୍ଟିକ୍ ଭିତିଭୂମି ସମ୍ପ୍ରସାରଣକୁ କାର୍ଯ୍ୟକାରୀ କରିବା ପାଇଁ ଉଭୟ ପୁଟିନ୍ ଓ ମୋଦୀ ରାଜି ହୋଇଛନ୍ତି । ଭାରତର ଚନ୍ଦ୍ରଯାନ-୩ ସଫଳତା ପାଇଁ ପୁଟିନ୍ ପୁଣିଥରେ ମୋଦୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଭାରତ ସହ ମହାକାଶ ସହଯୋଗ ବୃଦ୍ଧି କରିବା ଉଦ୍ଦେଶ୍ୟ ଜଣାଇଛନ୍ତି ବୋଲି କ୍ରେମ୍ଲିନ୍ କହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe