କନକ ବ୍ୟୁରୋ : ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସେପ୍ଟେମ୍ବର ମାସରେ ଭାରତରେ ଆୟୋଜିତ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ଯୋଗଦେବେ ନାହିଁ । ଏନେଇ କ୍ରେମଲିନର ପ୍ରବକ୍ତା ଦିମିତ୍ରୀ ପେସକୋବ ସୂଚନା ଦେଇଛନ୍ତି । ସେ କହିଛନ୍ତି କି ୟେବଗେନୀ ପ୍ରିଗୋଜିନଙ୍କର ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ତେଣୁ ପୁଟିନଙ୍କ ଉପରେ ଅଣାଯାଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ।

Advertisment

ସେପଟେ ଭାରତରେ ସେପ୍ଟେମ୍ବର ମାସରେ ଅନୁଷ୍ଠିତ ହେବାକୁ ଯାଉଥିବା ଜି-୨୦ ସମ୍ମିଳନୀରେ ଋଷ ରାଷ୍ଟ୍ରପତି ଯୋଗ ଦେଇନପାରିବା ନେଇ କାରଣ ଦର୍ଶାଇଛନ୍ତି କ୍ରେମଲିନ ପ୍ରବକ୍ତା । ସେ କହିଛନ୍ତି କି ଋଷ ଓ ୟୁକ୍ରେନ ମଧ୍ୟରେ ଲାଗିଥିବା ଯୁଦ୍ଧ କାରଣରୁ ପୁଟିନ ଭାରତ ଯାଇପାରିବେ ନାହିଁ । ଏହାସହ ସ୍ପେଶାଲ ମିଲିଟାରୀ ଅପରେସନ ଉପରେ ପୁଟିନଙ୍କ ଫୋକସ ରହୁଥିବାରୁ ସେ ସେଥିରେ ବ୍ୟସ୍ତ ରହିବେ ।

ଆକଳନ କରାଯାଉଛି କି ପୁଟିନଙ୍କ ନାମରେ ଯୁଦ୍ଧ ଅପରାଧ ଭଳି ମାମଲା ରହିଛି । ତେଣୁ ସେ ଭାରତ ଆସିଲେ ତାଙ୍କୁ ଗିରଫ କରାଯାଇପାରେ ବୋଲି ସନ୍ଦେହ ପ୍ରକାଶ କରିଛି କ୍ରେମଲିନ୍ । ଏହାପୂର୍ବରୁ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ହୋଇଥିବା ବ୍ରିକ୍ସର ୧୫ ତମ ସମ୍ମିଳନୀରେ ମଧ୍ୟ ପୁଟିନ ଉପସ୍ଥିତ ହୋଇନଥିଲେ । ହେଲେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭାଗ ନେଇଥିଲେ ।