କରୋନା ନେଇ କେନ୍ଦ୍ର ସରକାରଙ୍କ ସତର୍କବାଣୀ । ନୀତି ଆୟୋଗ ସଦସ୍ୟ କହିଲେ, ଖରାପରୁ ଅତି ଖରାପ ହେଉଛି କରୋନା ସ୍ଥିତି ।

138

କନକ ବ୍ୟୁରୋ: କରୋନାର ପ୍ରତିଦିନର ସଂଖ୍ୟା ବଢୁଥିଲେ ବି ଏହାକୁ ହାଲକା ଭାବେ ନିଆଯାଇ ପାରିବ ନାହିଁ । ଆଜି କେନ୍ଦ୍ର ସରକାରଙ୍କ ତରଫରୁ ନୀତି ଆୟୋଗର ସଦସ୍ୟ ଭି.କେ ପଲ୍ ଏଭଳି ସତର୍କବାଣୀ ଶୁଣାଇଛନ୍ତି । ସେ କହିଛନ୍ତି, ଦେଶରେ କରୋନା ସ୍ଥିତି ଖରାପରୁ ଅତି ଖରାପ ଆଡକୁ ଯାଉଛି । ଏହା ଉଦବେଗ୍ର କାରଣ ଏବଂ ଭାଇରସ ବର୍ତମାନ ସକ୍ରିୟ ଅଛି ବୋଲି କହିଛନ୍ତି । ଏପରିକି କରୋନା ମୁକାବିଲା ପାଇଁ ଦେଶରେ ତିଆରି ହୋଇଥିବା ସୁରକ୍ଷା ବ୍ୟବସ୍ଥାକୁ ଭାଇରସ ଭେଦ କରିଯାଇପାରେ ବୋଲି ଆଶଙ୍କା କରୁଛନ୍ତି ।

  • କରୋନା ନେଇ କେନ୍ଦ୍ର ସରକାରଙ୍କ ସତର୍କବାଣୀ
  • ଖରାପରୁ ଅତିଖରାପ ହେଉଛି ପରିସ୍ଥିତି
  • ଭାଇରସ୍ ଅତ୍ୟନ୍ତ ସକ୍ରିୟ ହୋଇ ଉଠିଛି
  • ଆମ ସୁରକ୍ଷାକୁ ଭେଦ କରିପାରିବ କରୋନା

ଯଦି ଆମେ ଅନେକ ସମୟରେ ଭାବି ନେଉଛୁ ଯେ, କରୋନାର ଦ୍ୱିତୀୟ ଲହର ତୀବ୍ର ବେଗରେ ବ୍ୟାପିଲେ ବି ସେତେ କ୍ଷତି କରିବ ନାହିଁ, ତେବେ ଆମେ ଭୁଲ ଭାବୁଛୁ । ନୀତି ଆୟୋଗର ସଦସ୍ୟ ଭି.କେ ପଲ୍ ସତର୍କ କରାଇ ଦେଇଛନ୍ତି, ଯେ କରୋନା ଭାଇରସ ଆମକୁ ଚକମା ଦେଇ ଆଗକୁ ବଢୁଛି । ମହାରାଷ୍ଟ୍ରର ଉଦାହରଣ ଦେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ କହିଛନ୍ତି, ଏବେ ଅବହେଳା କରିବାର ସମୟ ନାହିଁ ।