କେବେ ଖୋଲିବ ସ୍କୁଲ? ସ୍କୁଲ ଖୋଲିବା ନେଇ ପ୍ରତିକ୍ରିୟା ରଖିଲେ ନୀତି ଆୟୋଗର ସ୍ୱାସ୍ଥ୍ୟ ସଦସ୍ୟ ଡକ୍ଟର ଭିକେ ପଲ ।

858

କନକ ବ୍ୟୁରୋ: କରୋନା ମହାମାରୀ ବେଳେ ଦେଶରେ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି  । ପିଲାମାନଙ୍କର ପାଠପଢ଼ା ବ୍ୟାହତ ହେଇଛି  । ଅନଲାଇନରେ ଶିକ୍ଷାଦାନ କରିବାକୁ ଉଦ୍ୟମ ହେଉଛି  । ହେଲେ କ୍ଲାସରୁମ୍ରେ ପାଠପଢ଼ିବା ଓ ଅନଲାଇନରେ ଶିକ୍ଷାଦାନ ମଧ୍ୟରେ ଫରକ ରହୁଛି  । ଅନେକ ବେଳେ ପିଲାମାନେ ମଧ୍ୟ ଅନଲାଇନରେ ପାଠ ପଢ଼ିବାକୁ ସହଜ ମଣୁ ନାହାନ୍ତି  । ଏସବୁ ଭିତରେ ଅଭିଭାବକ ଓ ପିଲାଙ୍କ ମଧ୍ୟରେ ବଡ଼ ପ୍ରଶ୍ନ, କେବେ ଖୋଲିବ ସ୍କୁଲ  । ଏହାର ଉତ୍ତର ରଖିଛନ୍ତି କେନ୍ଦ୍ର ସରକାର  । ନୀତି ଆୟୋଗର ସ୍ୱାସ୍ଥ୍ୟ ସଦସ୍ୟ ଡକ୍ଟର ଭି.କେ ପଲ କହିଛନ୍ତି ଯେ, ଅଧିକାଂଶ ଶିକ୍ଷକଙ୍କୁ ଟିକାକରଣ କରାଯିବା  ଉପରେ ଗୁରୁତ୍ୱ ରହିଛି  । ଅଧିକାଂଶ ଶିକ୍ଷକଙ୍କୁ ଟିକାକରଣ ସରିବା ପରେ ଓ ପିଲାଙ୍କ ଉପରେ ସଂକ୍ରମଣର ପ୍ରଭାବ ନେଇ ଅଧିକ ତଥ୍ୟ ଆସିବା ପରେ ଏନେଇ ସରକାର ନିଷ୍ପତି ନେବେ  ।