କନକବ୍ୟୁରୋ : ଜୁନ ୯ ତାରିଖରେ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ବିଭିନ୍ନ ସଭାରେ କହିଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ୍ । ତେବେ ୯ ତାରିଖରେ କାହିଁକି ଶପଥ ନେବେ ବୋଲି ସାମ୍ବାଦିକ ପ୍ରଶ୍ନ କରିବାରୁ ଜବାବରେ ସେ କହିଛନ୍ତି, ଗୁଗଲ କରି ଦେଖି ନିଅନ୍ତୁ ହିନ୍ଦୁ ସଂସ୍କୃତିରେ ୯ ତାରିଖର ମାହାତ୍ମ୍ୟ । କହିଲେ ୯ ନମ୍ବରରେ ବିଶ୍ୱାସ ରଖେ ବିଜେଡି । ବ୍ରହ୍ମା ୯ ଦିନରେ ବ୍ରହ୍ମାଣ୍ଡ ଗଢିଥିଲେ ।
ସେହିପରି ନବରାତ୍ରିରେ ୯ ଦେବୀଙ୍କୁ କରାଯାଏ ପୂଜା । ସେଥିପାଇଁ ୯ରେ ଶପଥ ଗ୍ରହଣ ପାଇଁ ଘୋଷଣା ହୋଇଛି ।
ତେବେ ଆସନ୍ତୁ ଜାଣିବା ୯ସଂଖ୍ୟାକୁ ନେଇ କଣ କହିଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ୍ ।
ପାଣ୍ଡିଆନ ଖୋଲିଲେ ‘୯’ ରହସ୍ୟ ।
‘୯’ ନମ୍ବରରେ ବିଜେଡିର ବିଶ୍ୱାସ! ।
ଟିକେଟ୍ ଘୋଷଣାରେ ୯କୁ ଗୁରୁତ୍ୱ ।
ମୋଟ ୯ଟି ପର୍ଯ୍ୟାୟରେ ଟିକେଟ୍ ଘୋଷଣା ।
ପ୍ରଥମ ପର୍ଯ୍ୟାୟରେ ୯ ଲୋକସଭା ।
୭୨ ବିଧାନସଭା: ୭+୨= ୯ ।
ଦ୍ୱିତୀୟ ପର୍ଯ୍ୟାୟରେ ୨୭ ବିଧାନସଭା: ୨+୭= ୯ ।
ପରବର୍ତୀ ୪ଟି ପର୍ଯ୍ୟାୟରେ ୯ଟି ଲେଖାଏଁ ବିଧାନସଭା ।
ଜୁନ ୯ରେ ଶପଥଗ୍ରହଣ ପାଇଁ ଘୋଷଣା! ।
ହିନ୍ଦୁଧର୍ମରେ ‘୯’ର ମହତ୍ୱ ।
ପାପ ଉପରେ ପୂଣ୍ୟର ବିଜୟ ପାଇଁ ପାଳନ ହୁଏ ନବରାତ୍ରୀ ।
ନବରାତ୍ରୀ ସମୟରେ ଦେବୀଙ୍କ ୯ଟି ବେଶକୁ ପୂଜା କରାଯାଏ ।
ନବଗ୍ରହରେ ବିଶ୍ୱାସ କରେ ଜ୍ୟୋତିଷ ଶାସ୍ତ୍ର ।
ନବରତ୍ନର ମଧ୍ୟ ମହତ୍ୱ ଥିବା କୁହାଯାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/post_attachments/wp-content/uploads/2024/05/44-1.jpg)