କନକ ବ୍ୟୁରୋ: କୃଷ୍ଣପ୍ରସାଦରେ ନିର୍ବାଚନୀ ପ୍ରଚାରବେଳେ ବିଜେପି ସରକାର ଉପରେ ବର୍ଷିଛନ୍ତି ଭିକେ ପାଣ୍ଡିଆନ୍ । ପରୋକ୍ଷରେ ନିକଟରେ କୃଷ୍ଣପ୍ରସାଦରେ ପ୍ରଚାର ପାଇଁ ଆସିଥିବା କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କୁ ଟାର୍ଗେଟ କରିଛନ୍ତି । କହିଛନ୍ତି, ୨୦୧୪ରେ କେନ୍ଦ୍ରମନ୍ତ୍ରୀ ଆସିଥିଲେ, ଚିଲିକା ଉପରେ ସେତୁ କରିବା କଥା କହିଥିଲେ । ହେଲେ ପରେ ଭୁଲିଗଲେ । ଏବେ ପୁଣି ନିର୍ବାଚନ ଆସିବାରୁ ଓଡିଶା କଥା ମନେପଡିଲା । ଏଥର ଆସି ପୁଣି ସେଇ ପୁରୁଣା କଥାକୁ ଦୋହରାଉଛନ୍ତି । ପୁଣି ଲୋକଙ୍କୁ ଚିଲିକା ସେତୁ କଥା କହି ଭୁଆଁ ବୁଲାଉଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ କଥାରେ କୌଣସି ତାଳମେଳ ରହୁନି । ଲୋକଙ୍କ ନିଜ ନିର୍ବାଚନ ସ୍ୱାର୍ଥ ପାଇଁ ମିଛ କଥା କହୁଛନ୍ତି ।
ଚିଲିକାରେ ସେତୁ କେବଳ ମୁଖ୍ୟମନ୍ତ୍ରୀ ହିଁ କରିପାରିବେ । ହେଲେ ଏଥିପାଇଁ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟଙ୍କ ଅନୁମତି ଦରକାର । କେନ୍ଦ୍ର ଅନୁମତି ଦେଇଦେଲେ ମାତ୍ର ୩ ବର୍ଷ ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଲିକା ସେତୁ ନିର୍ମାଣ କରିବେ ବୋଲି କହିଛନ୍ତି ଭିକେ ପାଣ୍ଡିଆନ୍ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/05/3-33.jpg)