ଜେପି ନଡ୍ଡାଙ୍କୁ ପାଣ୍ଡିଆନଙ୍କ ଟାର୍ଗେଟ: କହିଲେ, ନବୀନ ସୂର୍ଯ୍ୟଙ୍କ ଭଳି ସ୍ୱଚ୍ଛ, ଆଉ ବିଜେପି ସେହି ସୂର୍ଯ୍ୟଙ୍କୁ ଟର୍ଚ୍ଚ ମାରୁଛି

192

କନକ ବ୍ୟୁରୋ: ଭିକେ ପାଣ୍ଡିଆନ ଆଜି ଟିଟିଲାଗଡ, କଣ୍ଟାବାଞ୍ଜି ଓ ପାଟଣାଗଡରେ ପ୍ରଚାର କରିଛନ୍ତି । ପ୍ରଚାର କରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି । ତେବେ ଓଡିଶାଗସ୍ତରେ ଆସି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଥିବା ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷଙ୍କୁ କଣ୍ଟାବାଞ୍ଜିରୁ ଜବାବ ଦେଇଛନ୍ତି ପାଣ୍ଡିଆନ୍ । ସେ କହିଛନ୍ତି, ଯଦି ବିରୋଧୀ ନବୀନଙ୍କୁ ସ୍ୱଚ୍ଛ କହୁନାହାନ୍ତି ତେବେ ଏମାନେ ସ୍ୱଚ୍ଛତାର ଅର୍ଥ ଜାଣିନାହାନ୍ତି ।

ମୋତେ ଏବେ କୁହାଗଲା ବିଜେପି ଦଳର ରଷ୍ଟ୍ରିୟ ଅଧ୍ୟକ୍ଷ କହୁଛନ୍ତି ସ୍ୱଚ୍ଛ ମୁଖ୍ୟମନ୍ତ୍ରୀ ଦେବେ, ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛତା ନାହିଁ । ଯଦି ନବୀନ ସ୍ୱଚ୍ଛ ନାହାନ୍ତି ତେବେ ସେମାନେ ସ୍ୱଚ୍ଛତାର ଅର୍ଥ ଜାଣିନାହାନ୍ତି । ସେମାନେ ଚେଷ୍ଟା କରୁଛନ୍ତି ସୂର୍ଯ୍ୟକୁ ଟର୍ଚ୍ଚ ଲାଇଟ ପକାଇବାକୁ । ନବୀନ ସୂର୍ଯ୍ୟଙ୍କ ଭଳି ସ୍ୱଚ୍ଛ ହେଲେ ସେମାନଙ୍କର ହିଁ ସ୍ୱଚ୍ଛତା ନାହିଁ । ତାଙ୍କ ପ୍ରାର୍ଥୀମାନଙ୍କ ନାଁରେ କ୍ରିମିନଲା କେସ ଅଛି । ଏମିତି ଲୋକଙ୍କୁ ପ୍ରାର୍ଥୀ କରି ଏମାନେ ନବୀନଙ୍କୁ ସ୍ୱଚ୍ଛତା ଶିଖାଇବେ । ଏମାନେ ବାହାରୁ ଆସି ବଡ ବଡ କଥା କହୁଛନ୍ତି ଆମ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ କରୁଛନ୍ତି । ଏମାନଙ୍କୁ ଆପଣ ୨୦ ତାରିଖରେ ଉଚିତ ଜବାବ ଦେବେ ।

ବିଜେପିର ବଡ ବଡ ନେତା ମାନେ ଓଡିଶା ଆସୁଛନ୍ତି । ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ବି ଆସୁଛନ୍ତି କିଏ କିଏ ଓଡିଶାରେ ବୁଲୁଛନ୍ତି କାହାର ହିସାବ ନାହିଁ । ଏମାନେ ଓଡିଶା କେଉଁଠି ଅଛି ଜାଣିନାହାନ୍ତି । ଓଡିଶାବାସୀଙ୍କୁ ଜାଣିନାହାନ୍ତି । ଓଡିଶା ଉପରେ ସେମାନଙ୍କର କିଛି ତଥ୍ୟ ନାହିଁ । ଏମାନେ ସବୁ ଟୁରିଷ୍ଟ ଭଳିଆ ଆସିବେ, ଅପପ୍ରଚାର କରିବେ, ବଡବଡ କଥା କହିବେ । ନିର୍ବାଚନ ସରିଲେ ଖୋଜିଲେ ବି ଆଉ ପାଇବେନି ।