ରଘୁନାଥପାଲ୍ଲୀରେ ବିଜେପିକୁ ପାଣ୍ଡିଆନଙ୍କ ଟାର୍ଗେଟ । କହିଲେ, ନବୀନ ପଟ୍ଟନାୟକ ମାଗଣା ବିଜୁଳି ଘୋଷଣା କଲେ ବିରୋଧୀଙ୍କୁ କରେଣ୍ଟ ଲାଗୁଛି ।

384

କନକ ବ୍ୟୁରୋ : ରଘୁନାଥପାଲ୍ଲୀରେ ଭିକେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର । ଜନସଭାରେ ଯୋଗ ଦେଇ ବିକାଶମୂଳକ କାମର ହିସାବ ଦେବା ସହ ବିରୋଧୀ ବିଜେପିକୁ ଟାର୍ଗେଟ କରିଛନ୍ତି ପାଣ୍ଡିଆନ । ୨୦୧୪ରେ ବିଜେପି ୨ କୋଟି ଚାକିରି ଦେବାକୁ କହିଥିଲା, ୧୦ ବର୍ଷରେ ଓଡ଼ିଶାର ୮୦ ଲକ୍ଷ ଲୋକ ଚାକିରି ପାଇବା କଥା । କିନ୍ତୁ କ୍ଷମତାକୁ ଆସିଲେ ବିଜେପି ସବୁ କିଛି ଭୁଲିଯାଏ । ଦରଦାମ ହ୍ରାସ କରିବାକୁ କହି କ୍ଷମତାକୁ ଆସିଥିଲା ବିଜେପି । କିନ୍ତୁ ସରକାରକୁ ଆସିବା ପରେ ହୁ ହୁ ହୋଇ ଦର ବଢୁଛି । ନବୀନ ସରକାର ଦର ହ୍ରାସ ପାଇଁ ସବୁପ୍ରକାର ଉଦ୍ୟମ କରୁଛନ୍ତି । ନବୀନ ବାବୁ ମାଗଣା ବିଜୁଳି ଦେବାକୁ ଘୋଷଣା କରିବା ପରେ ବିରୋଧୀଙ୍କୁ କରେଣ୍ଟ ଲାଗୁଛି । ଜୁନ୍ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ । ଶପଥଗ୍ରହଣର ସନ୍ଧ୍ୟାରେ ନିର୍ବାଚନୀ ଇସ୍ତାହାରକୁ କ୍ୟାବିନେଟରେ ଅନୁମୋଦନ ଦିଆଯିବ ।

ପାଣ୍ଡିଆନ କହିଛନ୍ତି, ଜୁନ୍ ମାସର ବିଜୁଳି ବିଲ୍ ଓଡ଼ିଶାବାସୀଙ୍କ ଦେବାକୁ ପଡିବନି । ଏହା ହିଁ ନବୀନଙ୍କ ଗ୍ୟାରେଣ୍ଟି, ୫-ଟି ଗ୍ୟାରେଣ୍ଟି । ତେଲ ଦର, ଏଲପିଜି ଦର ବୃଦ୍ଧି ହେବ ନାହିଁ ବୋଲି ବିଜେପି ଗ୍ୟାରେଣ୍ଟି ଦେଇପାରିବ କି? ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଇ ଭୋଟ ନେବାକୁ ବିଜେପି ଉଦ୍ୟମ କରୁଛି କିନ୍ତୁ ବିଜେପିର ଅସଲ ଚେହେରା ଚିହ୍ନିଛନ୍ତି ଓଡ଼ିଶାବାସୀ । ଆସନ୍ତା ୦ ତାରିଖରେ ନବୀନ ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ । ଯଦି ନବୀନ ମୁଖ୍ୟମନ୍ତ୍ରୀ ନ ହୁଅନ୍ତି ତେବେ ମୁଁ ରାଜନୀତିରୁ ସନ୍ୟାସ ନେବି । ବିଜେପି କହୁଛି ଓଡ଼ିଶାରେ ପରିବର୍ତ୍ତନର ହାୱା ବହୁଛି । କିନ୍ତୁ କେନ୍ଦ୍ରମନ୍ତ୍ରୀଙ୍କର ଦମ ଥିଲେ କୁହନ୍ତୁ ଯଦି ଓଡ଼ିଶାରେ ଯଦି ବିଜେପି ସରକାର ନ ଗଢିବ ତାହା ହେଲେ ରାଜନୀତିରେ ସନ୍ୟାସ ନେବେ ବୋଲି । ଏଭଳି କହି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛନ୍ତି ପାଣ୍ଡିଆନ ।