କନକ ବ୍ୟୁରୋ : ଆଇଏଏସ ଚାକିରିରୁ ଅବସର ନେବା ପୂର୍ବରୁ ୩୦ ଜିଲ୍ଲା ବୁଲି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବା ସହ ଲୋକଙ୍କ ଅଭିଯୋଗ ଶୁଣାଣି କରିଥିଲେ ଭି.କେ ପାଣ୍ଡିଆନ । ଚାକିରି ଛାଡ଼ି ବିଜେଡିରେ ସାମିଲ ହେବା ପରେ ପୁଣି ଥରେ ଆରମ୍ଭ କରିଛନ୍ତି ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ । ପ୍ରଥମ ଗସ୍ତ ଗଂଜାମରୁ ଆରମ୍ଭ କରିଛନ୍ତି । ଏଥର କିନ୍ତୁ ସିଏମଓ ନୁହେଁ ଫାଇଭ୍-ଟି ତଥା ନବୀନ ଓଡିଶାର ଅଧ୍ୟକ୍ଷ ଭାବେ ତାଙ୍କର ଏହି ଗସ୍ତ । ଦୁଇ ଦିନିଆ କାର୍ଯ୍ୟକ୍ରମର ପ୍ରଥମ ଦିନରେ ହିଂଜିଳିକାଟୁ, ଶେରଗଡ ଓ ବ୍ରହ୍ମପୁର ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସେ ସମୀକ୍ଷା କରିଛନ୍ତି ।
୨୦୨୪ ନିର୍ବାଚନ ଲଢିବେ ନାହିଁ ବୋଲି ପାଣ୍ଡିଆନ ସ୍ପଷ୍ଟ କରିବା ପରେ ରାଜନୈତିକ ମହଲରେ ଏହାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି । ଦଳୀୟ କାର୍ଯ୍ୟକାରିଣୀରେ ପାଣ୍ଡିଆନ୍ କହିଛନ୍ତି ୧୪୭ ନିର୍ବାଚନ ମଣ୍ଡଳୀରେ ସେ ମୁଖ୍ୟମନ୍ତ୍ରୀଙ୍କ ପଛରେ ଛିଡ଼ା ହେବେ । ଏହା ଇଙ୍ଗିତ କରୁଛି-ଆସନ୍ତା ନିର୍ବାଚନରେ ସାରା ଓଡ଼ିଶା ଉପରେ ରହିବ ତାଙ୍କର ଫୋକସ ।
କାହିଁକି ନିର୍ବାଚନ ଲଢ଼ିବେନି ପାଣ୍ଡିଆନ?
ଜିଲ୍ଲା ଗସ୍ତ କରି ତୃଣମୂଳ ସ୍ତରରେ ତାଙ୍କର ଅନେକ ଅଭିଜ୍ଞତା ରହିଛି
ଏହାକୁ ଆଧାର କରି ୨୦୨୪ ନିର୍ବାଚନ ପାଇଁ ରଣନୀତି ତିଆରି କରିବେ
ଦଳୀୟ ଟିକେଟ ବଂଟନରେ ନବୀନଙ୍କୁ ସହଯୋଗ କରିବେ
ପ୍ରଶାସନିକ ଦକ୍ଷତାକୁ ଦଳରେ ପ୍ରୟୋଗ କରିବେ
ନବୀନ ବ୍ରାଣ୍ଡର ପ୍ରଚାର ଓ ପରିଚାଳନା କରିବେ
ସମାଲୋଚନା କରିବା ପାଇଁ ବିରୋଧୀଙ୍କୁ ବିଶେଷ ସୁଯୋଗ ଦେବେନାହିଁ
ନଭେମ୍ବର ୨୭ରେ ବିଜେଡିରେ ସାମିଲ ହେବା ପରେ ଆଗକୁ କେଉଁ ଭୂମିକା ଗ୍ରହଣ କରିବେ ପାଣ୍ଡିଆନ, ଏନେଇ ଅନେକ ଚର୍ଚା ହେଉଥିଲା । ହେଲେ ଦଳୀୟ କାର୍ଯ୍ୟକାରିଣୀରେ ସେ କହିଛନ୍ତି, କ୍ଷମତା ପାଇଁ ନୁହେଁ ଜନସେବା ପାଇଁ ରାଜନୀତିକୁ ଆସିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/12/23-14.jpg)