କନକ ବ୍ୟୁରୋ : ମୋଦୀଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଲେ ଭି.କେ ପାଣ୍ଡିଆନ୍ । କଟାକ୍ଷ କରି କହିଲେ, ବିଜେପି ନିଜର ଜ୍ୟୋତିଷ ପରିବର୍ତ୍ତନ କରୁ । ବିଜେପି ସବୁବେଳେ ନିଜର ଷ୍ଟ୍ରାଟେଜି ପରିବର୍ତ୍ତନ କରୁଛି । ସବୁ ରାଜ୍ୟରେ ବ୍ୟକ୍ତିଗତ ଆକ୍ଷେପ କରେ ବିଜେପି । ବ୍ୟକ୍ତିଗତ ସ୍ତରରେ ଆକ୍ଷେପ କରିବା ବିଜେପିର ଷ୍ଟାଣ୍ଡାର୍ଡ ଫର୍ମୁଲା। ଓଡିଶାବାସୀ କେବେ ବି ମୁଖ୍ୟମନ୍ତ୍ରୀଙ୍କ ଅସମ୍ମାନକୁ ଗ୍ରହଣ କରିବେ ନାହିଁ । ଓଡିଶାବାସୀ କେବେ ଆମ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଉପରେ ଅସମ୍ମାନ ହେବା ଭଳି କଥାକୁ ପସନ୍ଦ କରିବେନାହିଁ । ଓଡିଶାବାସୀ ଶାନ୍ତି ପ୍ରିୟ ଲୋକ, ଚୁପ୍ ରହିବେ ଭୋଟରେ ଦେଖାଇବେ ।
ବିଜେପି ଦେଶରେ ୧୦ ବର୍ଷ ହେବ କ୍ଷମତାରେ ଅଛି । ୧୦ ବର୍ଷ କ୍ଷମତା ଭିତରେ ଓଡିଶାରେ କେତେ ରାସ୍ତା ତିଆରି କରିଛନ୍ତି । ଯଦି କୋଷ୍ଟାଲ ହାଇୱେ କରିଥାନ୍ତେ ତାହେଲେ ଓଡିଶାର ଅନେତ ବିକାଶ ହୋଇଥାନ୍ତା, ରାଜ୍ୟକୁ ଶୀଳ୍ପ ଆସିଥାନ୍ତା । ୧୦ ବର୍ଷ କ୍ଷମତାରେ ଥାଇ କିଛି କରିପାରିଲେ ନାହିଁ କିନ୍ତୁ ନିର୍ବାଚନର ୧୦ ଦିନ ଆଗରୁ ଓଡିଶା କଥା ମନେପଡିଗଲା । ବିଜେପି ଯେତେବି ବ୍ୟକ୍ତିଗତ ଆକ୍ରମଣ କରୁ ଏହାର ପ୍ରଭାବ ମୁଖ୍ୟମନ୍ତ୍ରୀଙ୍କ ଉପରେ ପଡିବ ନାହିଁ । ଓଡିଶାବାସୀ ଏହାକୁ ଗ୍ରହଣ କରିବେ ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/post_attachments/wp-content/uploads/2024/05/vlcsnap-2024-05-30-10h50m54s628.png)