‘୬୦ ବର୍ଷ ପରେ ମିଶନଶକ୍ତି ମା’ମାନେ ପେନସନ୍ ପାଇବେ’: କୃଷ୍ଣପ୍ରସାଦ ପ୍ରଚାର ମଞ୍ଚରୁ ପାଣ୍ଡିଆନଙ୍କ ବଡ ପ୍ରତିଶ୍ରୁତି ।

241

କନକ ବ୍ୟୁରୋ: ପୁରୀ କୃଷ୍ଣପ୍ରସାଦରେ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କ୍ରମରେ ମୁଖ୍ୟମନ୍ତ୍ରୀଙ୍କ ୩ଟି ଦସ୍ତଖତ କଥା କହିଛନ୍ତି ।  କହିଛନ୍ତି, ପୁରୀବାସିନ୍ଦାଙ୍କ ଆଶୀର୍ବାଦ ହେଲେ ଏଠାରୁ ବିଜେଡିର ବିଧାୟକ ଓ ସାଂସଦ ପ୍ରାର୍ଥୀ ଜିତିବେ, ଜୁନ୍ ୯ରେ ପୁଣିଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣିଥରେ ଶପଥ ଗ୍ରହଣ କରିବେ । ଶପଥ ଗ୍ରହଣ କରିବା ପରେ  ମୁଖ୍ୟମନ୍ତ୍ରୀ ୩ଟି ଦସ୍ତଖତ କରିବେ । ପ୍ରଥମରେ ମାଗଣା ବିଜୁଳି ବିଲ୍ ଉପରେ ଦସ୍ତଖତ କରିବେ, ଜୁଲାଇଠାରୁ ଆଉ ବିଜୁଳି କନଜ୍ୟୁମରଙ୍କ ଘରକୁ ବିଦ୍ୟୁତ ବିଲ୍ ଆସିବନି । ଦ୍ୱିତୀୟରେ ବିଏସକେୱାଇ କାର୍ଡ ଯୋଜନା, ଯେଉଁଥିରେ ବାକି ରହିଯାଇଥିବା ପ୍ରତି ପରିବାରକୁ ବିଜୁ ସ୍ୱାସ୍ଥ୍ୟ କାର୍ଡ ଯୋଗାଇଦିଆଯିବ । ତୃତୀୟ ଦସ୍ତଖତ କରି ମିଶନ ଶକ୍ତି ମା’ଙ୍କର ବହୁ ଦିନର ଇଚ୍ଛାକୁ ପୂରଣ କରିବେ ।

 ପାଣ୍ଡିଆନ୍ କହିଛନ୍ତି, ବହୁ ଦିନରୁ ମିଶନ ଶକ୍ତି ମା’ଙ୍କର ଦାବି ଥିଲା ସେମାନଙ୍କୁ ଭତ୍ତା ମିଳୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୁନ୍ ୯ ତାରିଖରେ ଶପଥ ନେବା ପରେ ସେମାନଙ୍କର ଏହି ଇଚ୍ଛାକୁ ପୂରଣ କରିବେ । ମିଶନ ଶକ୍ତି ଗ୍ରୁପର ମା’ ମାନଙ୍କୁ ୬୦ ବର୍ଷ ପରେ ପେନସନ୍ ମିଳିବ ବୋଲି  ପ୍ରଚାର ମଞ୍ଚ ଉପରୁ ପ୍ରତିଶ୍ରୁତି ଦେଇଛନ୍ତି ଭିକେ ପାଣ୍ଡିଆନ୍ ।