କନକ ବ୍ୟୁରୋ: ସୁନ୍ଦରଗଡରେ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ । ସମାବେଶ କରି ଲୋକଙ୍କୁ ଦେଇଛନ୍ତି କାମର ହିସାବ । ୧୬୦ଟି ଅଭିଯୋଗ ଆସିଥିବା ବେଳେ ୧୪୦ଟିର ସମାଧାନ ହୋଇଛି ବୋଲି ସେ ସମାବେଶରେ କହିଛନ୍ତି ।

  • ସୁ୍ନ୍ଦରଗଡରେ ଭି.କେ.ପାଣ୍ଡିଆନ
  • ସମସ୍ୟା ସମାଧାନର ଦେଲେ ହିସାବ

ଦୁଇ ଦିନିଆ ସୁନ୍ଦରଗଡ ଗସ୍ତରେ ଥିବା ୫-ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ ପ୍ରଥମ ଦିନରେ କିରେଇ ଓ ବାଲିଶଙ୍କରାରେ ଜନସମାବେଶରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିବାବେଳେ ଯେମିତି ଅଭିଯୋଗ ପତ୍ର ଗ୍ରହଣ କରୁଥିଲେ, ସେମିତି ଅଭିଯୋଗ ପତ୍ର ଗ୍ରହଣ କରିଛନ୍ତି । ଏଥିସହ ଜନସଭାକୁ ସମ୍ବୋଧିତ କରି, ସେ ପୂର୍ବ ଗସ୍ତ ସମୟରେ ଗ୍ରହଣ କରିଥିବା ଅଭିଯୋଗ ମଧ୍ୟରୁ କେତୋଟି ସମସ୍ୟାର ସମାଧାନ କରିଛନ୍ତି ତାର ହିସାବ ଦେଇଛନ୍ତି । କହିଛନ୍ତି, ୧୬୦ଟି ଦରଖାସ୍ତ ମିଳିଥିଲା । ୧୬୦ ଦରଖାସ୍ତରୁ ୧୪୦ଟିର ସମାଧାନ ହୋଇଛି ।

କେବଳ ଏତିକି ନୁହେଁ ସୁନ୍ଦରଗଡକୁ ମୁଖ୍ୟମନ୍ତ୍ରୀ ସୁ୍ନ୍ଦରଗଡକୁ କେତେ ଗୁରୁତ୍ୱ ଦେଉଛନ୍ତି ଗୋଟି ଗୋଟି କରି ସେସବୁ ଗଣାଇଛନ୍ତି ପାଣ୍ଡିଆନ ଏବଂ ଖୁବଶୀଘ୍ର ପ୍ରତି ପଞ୍ଚାୟତରେ ବ୍ୟାଙ୍କ ସୁବିଧା ମିଳିବ ଓ ଲକ୍ଷ୍ମୀ ଯୋଜନା ଆରମ୍ଭ ହେବ ବୋଲି ସେ କହିଛନ୍ତି । ଏପଟେ ପାଣ୍ଡିଆନଙ୍କ ଗସ୍ତକୁ ନେଇ କଡା ପ୍ରତିକ୍ରିୟା ଦେଇଛନ୍ତି ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ । ସରକାରୀ ଟଙ୍କାରେ ଦଳୀୟ ପ୍ରଚାର କରୁଥିବା ସେ ଅଭିଯୋଗ କରିଛନ୍ତି ।

ପ୍ରଥମ ଦିନରେ ସୁନ୍ଦରଗଡର କିରେଇ, ବାଲିଶଙ୍କରାରେ ବିଶାଳ ସମାବେଶର କାର୍ଯ୍ୟକ୍ରମ ରହିଥିବାବେଳେ, ଦ୍ୱିତୀୟ ଦିନରେ ରାଜଗାଙ୍ଗପୁର, ନୂଆଗାଁ ଓ ବଣେଇରେ ସମାବେଶ କରିବେ ।