ଏସସିବିରେ ଆହତଙ୍କୁ ଭେଟିଲେ ଭି.କେ ପାଣ୍ଡିଆନ । ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଡାକ୍ତରଙ୍କ ସହ କଲେ ଆଲୋଚନା ।

174

କନକ ବ୍ୟୁରୋ: ଯାଜପୁର ବସ୍ ଦୁର୍ଘଟଣାରେ ୫ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କୁ କଟକ ବଡମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ସେମାନଙ୍କୁ ଆବଶ୍ୟକ ଚିକିତ୍ସା ବ୍ୟବସ୍ଥାକୁ ସୁନିଶ୍ଚିତ କରିଛନ୍ତି ରାଜ୍ୟ ସରକାର । ପ୍ରତି ମୃତକଙ୍କ ପରିବାରକୁ ନବୀନ ସରକାର ୩ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଥିବାବେଳେ ସେମାନଙ୍କ ଚିକିତ୍ସା ବ୍ୟବସ୍ଥାକୁ ସୁନିଶ୍ଚିତ କରାଯାଇଛି ।

ଭିକେ ପାଣ୍ଡିଆନ୍ ଏସସିବି ଯାଇ ଆହତଙ୍କୁ ଭେଟିବା ସହ ସେମାନଙ୍କ ଅବସ୍ଥା ପଚାରି ବୁଝିଛନ୍ତି । ଆହତଙ୍କ ଚିକିତ୍ସାରେ ନିୟୋଜିତ ଡାକ୍ତରୀ ଟିମ୍ ସହ ଆଲୋଚନା ମଧ୍ୟ କରିଛନ୍ତି । ଗୁରୁତରଙ୍କ ମଧ୍ୟରୁ ୫ ଜଣଙ୍କର ଆଇସିୟୁରେ ଚିକିତ୍ସା ଚାଲିଥିବାବେଳେ ଅହତଙ୍କ ମଧ୍ୟରୁ ୧୪ ଜଣ ଆଜି ମେଡିକାଲରୁ ଡିସଚାର୍ଜ ହେବାର ସୂଚନା ରହିଛି ।