ନିଯୁକ୍ତି ପାଇବା ପରେ ପ୍ରଥମ ସରକାରୀ କାର୍ଯ୍ୟକ୍ରମରେ ସାମିଲ ହେଲେ ଭି.କେ ପାଣ୍ଡିଆନ, ମୋ ଓଡିଶା ନବୀନ ଓଡିଶାକୁ ସୁଦୃଢ କରିବାକୁ ପରିକଳ୍ପନା

571

କନକ ବ୍ୟୁରୋ : ଅବସର ଥିଲା ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ । ଜଗତସିଂହପୁର ଓ ଖୋର୍ଦ୍ଧା ଜିଲ୍ଲା ପାଇଁ ଭର୍ଚୁଆଲ ମୋଡରେ ଯୋଜନାର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି କାର୍ଯ୍ୟକ୍ରମରେ ଭର୍ଚୁଆଲ ମୋଡରେ ସାମିଲ ହୋଇଥିଲେ ନବ ନିଯୁକ୍ତ ନବୀନ ଓଡିଶା ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ୍ । ନୂଆ ନିଯୁକ୍ତି ପାଇବା ପରେ ପାଣ୍ଡିଆନ ପ୍ରଥମ ଥର ପାଇଁ କୌଣସି ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଆଉ କାର୍ଯ୍ୟକ୍ରମରେ ଅଭିଭାଷଣ ରଖିଥିଲେ ।

ଭି.କେ.ପାଣ୍ଡିଆନ ଗୋଟିଏ ପଟେ ନୂଆ ଦାୟିତ୍ୱ ନେଇ କାର୍ଯ୍ୟ ଆରମ୍ଭ କରିଥିବାବେଳେ ତାଙ୍କୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଛି । କିଏ କହୁଛି ସେ ରାଜନୀତିରେ ଯୋଗ ଦେବେ ତ ଆଉ କିଏ କହୁଛି, ସେ ରଣନୀତିକାର ହେବେ । ଏପଟେ ବିଜେଡି ନେତାମାନେ ତାଙ୍କ କାର୍ଯ୍ୟକୁ ଭୁରି ଭୁରି ପ୍ରଶଂସା କରୁଛନ୍ତି । ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ରମେଶ ଚ୍ୟାଉ ପଟ୍ଟନାୟକ ଆଉ ପାଦେ ଆଗକୁ ଯାଇ କହିଛନ୍ତି, ପାଣ୍ଡିଆନ ଯଦି ନିର୍ବାଚନରେ ଲଢ଼ିବେ ତାହେଲେ, ସେ ସମର୍ଥନ କରିବେ । ଅନ୍ୟପଟେ ବିଜେଡି ନେତାଙ୍କୁ କଟାକ୍ଷ କରିଛନ୍ତି ବିଜେପି ଉପସଭାପତି ଗୋଲକ ମହାପାତ୍ର ।

ରାଜନୈତକ ବୟାନବାଜି ଭିତରେ, ଆଗକୁ ଭି.କେ.ପାଣ୍ଡିଆନ କେଉଁ ଭୂମିକାରେ ନଜର ଆସିବେ ତା ଉପରେ ସାରାରାଜ୍ୟର ଦୃଷ୍ଟି ରହିଛି ।