ଶ୍ରୀମନ୍ଦିର ଖୋଲିବା ପୂର୍ବରୁ ପୁରୀ ଯାଇ ସ୍ଥିତି ଅନୁଧ୍ୟାନ କଲେ ଫାଇବ୍-ଟି ସଚିବ : ଜିଲ୍ଲାପାଳ ଓ ଏସପିଙ୍କ ସହ କଲେ ଆଲୋଚନା

110

କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିର ଖୋଲିବା ପୂର୍ବରୁ ଆଜି ପୁରୀ ଯାଇ ସ୍ଥିତି ଅନୁଧ୍ୟାନ କରୁଛନ୍ତି ଫାଇଭି ଟି ସଚିବ ଭିକେ ପାଣ୍ଡିଆନ । ଆସନ୍ତା ୨୩ ତାରିଖରୁ ପୁରୀ ଜଗନ୍ନାଥ ମନ୍ଦିର ଖୋଲୁଥିବା ବେଳେ ଭକ୍ତଙ୍କ ଦର୍ଶନ ପାଇଁ କେଉଁ ସବୁ ବ୍ୟବସ୍ଥା କରାଯାଇଛି ସେନେଇ ଆଲୋଚନା କରିଛନ୍ତି ଫାଇଭି ଟି ସଚିବ । ଜିଲ୍ଲାପାଳ, ଏସପିଙ୍କ ସହିତ ଏନେଇ ଆଲୋଚନା କରିଛନ୍ତି ପାଣ୍ଡିଆନ୍ ।


ସେପଟେ, ୨୩ରୁ ଖୋଲିବ ଶ୍ରୀମନ୍ଦିର । ଶ୍ରୀମନ୍ଦିର ସମେତ ଜିଳ୍ଳାର ସମସ୍ତ ର୍ଧମାନୁଷ୍ଠାନ ଖୋଲିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତି ନେଇଛି । କୋଭିଡ କଟକଣା ମାନି ଶ୍ରଦ୍ଧାଳୁ ମନ୍ଦିର ଭିତରକୁ ପ୍ରବେଶ କରିବେ । ଶ୍ରୀମନ୍ଦିରରେ ପ୍ରଥମେ ପୁରୀବାସୀଙ୍କୁ ଅଗ୍ରାଧୀକାର ଦିଆଯିବ । ମନ୍ଦିର ଖୋଲିବା ପରେ ୨୩ରୁ ୩୧ ତାରିଖ ମଧ୍ୟରେ ପୁରୀବାସୀଙ୍କ ଅଗ୍ରାଧିକାର ଦିଆଯିବ ମହାପ୍ରଭୁଙ୍କ ଦର୍ଶନ ପାଇଁ । ବିଭିନ୍ନ ପର୍ଯ୍ୟାୟରେ ୱାର୍ଡବାସୀଙ୍କୁ ଦର୍ଶନ ସୁବିଧା ମିଳିବ ।