ଭଞ୍ଜନଗରରେ ଭିକେ ପାଣ୍ଡିଆନ୍ । କହିଲେ, ଏ ମାଟିର ବିକାଶ ପାଇଁ ତତ୍ପର ମୁଖ୍ୟମନ୍ତ୍ରୀ ହେଲେ ବାଧା ଦେଉଛନ୍ତି ବିରୋଧୀ ।

Advertisment
ଭଞ୍ଜନଗରରେ ଭିକେ ପାଣ୍ଡିଆନ୍ । କହିଲେ, ଏ ମାଟିର ବିକାଶ ପାଇଁ ତତ୍ପର ମୁଖ୍ୟମନ୍ତ୍ରୀ ହେଲେ ବାଧା ଦେଉଛନ୍ତି ବିରୋଧୀ ।

କନକ ବ୍ୟୁରୋ: ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଅପିଲ କରିବା କ୍ରମରେ ଆଜି ଭଞ୍ଜନଗର ଗସ୍ତ କରିଛନ୍ତି ବିଜେଡି ନେତା ଭି କେ ପାଣ୍ଡିଆନ୍ । ଏହି ଅବସରରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପକୁ ନେଇ ବିରୋଧୀଙ୍କ ଉପରେ ବର୍ଷିଲେ ପାଣ୍ଡିଆନ୍ ।

ପାଣ୍ଡିଆନ୍ କହିଛନ୍ତି, ସେମାନେ ଶାସକ ଦଳର ବିରୋଧୀ ନୁହନ୍ତି ବରଂ ବିକାଶର ବିରୋଧୀ । ଓଡିଶାର ସବୁ ବିକାଶ କାମକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି ବିରୋଧୀ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ମିଶନ ଶକ୍ତି ବନ୍ଦ କରିବାକୁ ଚଲାଇଛନ୍ତି ବିଧିବଦ୍ଧ ଯୋଜନା, ଏସଏଚଜି ଗ୍ରୁପ୍ ମହିଳା ମାନଙ୍କ ଦୁବାଇ ଯିବା ବନ୍ଦ କରିଦେଲେ ବିରୋଧୀ । ଏବେ ବିରୋଧୀଙ୍କୁ ସେ ଆହ୍ୱାନ କରୁଛି, ସେମାନେ ଆସନ୍ତୁ, ଦେଖନ୍ତୁ ନବୀନ ବାବୁଙ୍କ ପ୍ରତି କିପରି ରହିଛି ଜନ ସମର୍ଥନ, କିପରି ଅଛି ଭଲ ପାଇବା, ଏତେ ଖରାରେ ମଧ୍ୟ ଏ ବିଶାଳ ଜନସମୁଦ୍ର ଦେଖିଲେ ସେମାନେ ଠିକ୍‌ ବୁଝିପାରିବେ ବୋଲି କହିଛନ୍ତି ପାଣ୍ଡିଆନ୍ ।

ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ ୬୦ କୋଟି ଟଙ୍କାର କାମ ଚାଲିଛି। ଜଗନ୍ନାଥ ମନ୍ଦିର, ମା ବ୍ୟାଘ୍ରଦେବୀ ମନ୍ଦିର ପାଇଁ ୧ କୋଟି ୮୦ ଲକ୍ଷ, ଧବଳେଶ୍ୱର ମନ୍ଦିର ପାଇଁ ୧.୧୦ କୋଟି, ୧୨୦ଟି ମନ୍ଦିର, ମସଜିଦ, କମ୍ୟୁନିଟି ସେଣ୍ଟର ବିକାଶ ପାଇଁ ୫.୫୦ କୋଟି, ଋଷିକୂଲ୍ୟା ନଦୀର ନୂଆ ଗାଁ ଡିଷ୍ଟ୍ରିବ୍ୟୁଟାରି ପାଇଁ ୮୦ କୋଟି, ଢୋଲପିଟା ନଦୀଗର୍ଭ ଜଳାଶ୍ରୟ ପ୍ରକଳ୍ପ ପାଇଁ ୩୦.୬୦ କୋଟି, ଷୋଡକ ମାଇନର ଓ ସବ୍‌ ମାଇନର କେନାଲରେ କଂକ୍ରିଟ ଲାଇନିଂ ପାଇଁ ୬ କୋଟି ଏବଂ ଭଞ୍ଜନଗର, ଜଗନ୍ନାଥପ୍ରସାଦ ବ୍ଲକ୍‌ର ୪୬ଟି ଗ୍ରାମପଞ୍ଚାୟତକୁ ମେଗା ପାଇପ ଜଳଯୋଗାଣ ପାଇଁ ୨୦୦୦ କୋଟି ଟଙ୍କାର କାମ ଚାଲିଛି ବୋଲି କହିଛନ୍ତି ପାଣ୍ଡିଆନ୍ ।

ବିଶେଷ କରି ଭଞ୍ଜନଗର ମାଟିର ବିକାଶ ପାଇଁ ସବୁବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତତ୍ପର ଥିବାବେଳେ ଏଥିରେ ବାଧକ ସାଜୁଛନ୍ତି ବିରୋଧୀ ବୋଲି କହିଛନ୍ତି ପାଣ୍ଡିଆନ୍ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe