ପାଣ୍ଡିଆନଙ୍କୁ ନୂଆ ଦାୟିତ୍ୱ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ସହ ୫-ଟି ସଚିବ ଭାବେ ତୁଲାଇବେ ଅତିରିକ୍ତ ଦାୟିତ୍ୱ ।

1,208

କନକ ବ୍ୟୁରୋ : ପାଣ୍ଡିଆନଙ୍କୁ ନୂଆ ଦାୟିତ୍ୱ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ୫-ଟି ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । ଏଣିକି ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ ପାଣ୍ଡିଆନ । ପୂର୍ବପରି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଦାୟିତ୍ୱ ତୁଲାଇବା ସହ ଏହି ନୂଆ ଦାୟିତ୍ୱରେ ରହିବେ ପାଣ୍ଡିଆନ ।
୨୦୦୦ ବ୍ୟାଚର ଆଇଏଏସ ଅଫିସର ପାଣ୍ଡିଆନଙ୍କୁ ୨୦୧୧ ମସିହାରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ମିଳିଥିଲା । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ପାଇବା ପୂର୍ବରୁ ପାଣ୍ଡିଆନ ଗଞ୍ଜାମର ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଛନ୍ତି ।