କନକ ବ୍ୟୁରୋ: ଡିସେମ୍ବର ଶେଷ ସୁଦ୍ଧା ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶେଷ ହେବ । ହାତରେ ଆଉ ଅଳ୍ପ ଦିନ ରହିଛି । ଏହାରି ଭିତରେ ପୁରୀ ଗସ୍ତ କରି ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ ସମୀକ୍ଷା କରିଛନ୍ତି । ଆଜି ପ୍ରତ୍ୟୁଷରୁ ପାଣ୍ଡିଆନ୍ ଗସ୍ତ କରି ଏହି ସମୀକ୍ଷା କରିଛନ୍ତି । ଏହି ସମୟରେ ବିଭିନ୍ନ ସ୍ଥାନ ବୁଲି କାମର ଅଗ୍ରଗତିକୁ ଦେଖିଥିଲେ । ଶ୍ରଦ୍ଧାଳୁ କିଭଳି ଶୃଙ୍ଖଳିତ ଭାବେ ଦିଅଁ ଦର୍ଶନ କରିପାରିବେ ଏ ଦିଗରେ ଆବଶ୍ୟକ ନିର୍ଦ୍ଦେଶ ଦେଇଥିଲେ । ସେହିପରି ମନ୍ଦିରକୁ ଆସୁଥିବା ଲୋକେ କିଭଳି ତାଙ୍କ ଯାନବାହାନ ଠିକ୍ ଭାବେ ପାର୍କିଂ କରିପାରିବେ ତା ଉପରେ ମଧ୍ୟ ସମୀକ୍ଷା କରିଥିଲେ । ନୂଆ ବର୍ଷରେ ଶ୍ରଦ୍ଧାଳୁ ନୂଆ ଅନୁଭୁତି ପାଆନ୍ତୁ ବୋଲି ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଜାନୁଆରୀ ୧୭ରେ ରାଜ୍ୟ ସରକାରଙ୍କ ଏହି ପ୍ରକଳ୍ପର ଲୋକାର୍ପଣ ହେବ ।
ପୁରୀ ଗସ୍ତରେ ଫାଇଭ୍ ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ । କହିଲେ ଡିସେମ୍ବର ଶେଷ ସୁଦ୍ଧା ଶେଷ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ।
/kanak/media/post_attachments/wp-content/uploads/2023/12/WhatsApp-Image-2023-12-16-at-9.41.25-AM-1.jpeg)