ମାଆ ସମଲେଶ୍ୱରୀଙ୍କ ଦର୍ଶନ କଲେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ସମଲେଇ ପ୍ରକଳ୍ପର କଲେ ସମୀକ୍ଷା ।

Advertisment
ମାଆ ସମଲେଶ୍ୱରୀଙ୍କ ଦର୍ଶନ କଲେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ସମଲେଇ ପ୍ରକଳ୍ପର କଲେ ସମୀକ୍ଷା ।

କନକ ବ୍ୟୁରୋ: ସମ୍ବଲପୁର ଗସ୍ତରେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ଗତକାଲି ସମ୍ବଲପୁର ଗସ୍ତରେ ଯାଇଥିବା ୫ଟି ଅଧ୍ୟକ୍ଷ ଆଜି ସକାଳୁ ସମଲେଶ୍ୱରୀ ମନ୍ଦିର ପରିଦର୍ଶନ କରିଛନ୍ତି । ମାଆ ସମଲେଶ୍ୱରୀଙ୍କ ମନ୍ଦିର ଦର୍ଶନ କରିବା ସହ ସମଲେଇ ପ୍ରକଳ୍ପ ବୁଲି ଦେଖି କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି । ଆସନ୍ତା ନୂଆବର୍ଷରେ ଶ୍ରଦ୍ଧାଳୁ ମାଆଙ୍କ ପୀଠକୁ ନୂଆ ରୂପରେ ଦେଖିବାକୁ ପାଇବେ ବୋଲି ସମୟ ଧାର୍ଯ୍ୟ କରାଯାଇଛି । ତେବେ ସେହି କାମର ଅଗ୍ରଗତି କେତେ ବାଟ ଆଗେଇଛି ତାର ସମୀକ୍ଷା କରିବା ସହ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe