କନ୍ଧମାଳରେ ପ୍ରଶ୍ନ, ବୀରମିତ୍ରପୁରରେ ଉତ୍ତର । ଟାଣୁଆ ପ୍ରଶ୍ନ କଲେ ପ୍ରଧାନମନ୍ତ୍ରୀ ମୋଦୀ, ନିଆରା ଉତ୍ତର ଦେଲେ ଭିକେ ପାଣ୍ଡିଆନ ।

4,160

କନକ ବ୍ୟୁରୋ : କନ୍ଧମାଳରେ ପ୍ରଶ୍ନ, ବୀରମିତ୍ରପୁରରେ ଉତ୍ତର । କନ୍ଧମାଳ ଜନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ଏତେ ଦିନ ହେଲା ନବୀନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଅଛନ୍ତି, ବିନା କାଗଜରେ ଜିଲ୍ଲା ଓ ଜିଲ୍ଲା ମୁଖ୍ୟାଳୟର ନାଁ କହିପାରିବେନି । ଏଭଳି ମୁଖ୍ୟମନ୍ତ୍ରୀ ଶାସନରେ ରହିବା ଉଚିତ୍ କି? ଏତେ ଦିନ ମୁଖ୍ୟମନ୍ତ୍ରୀ ରହିବା ପରେ ଓଡ଼ିଶାର ଲୋକ ଦୁଃଖୀ କାହିଁକି ଅଛନ୍ତି । ବୀରମିତ୍ରପୁରରେ ଏହାର ଉତ୍ତର ରଖି ପାଣ୍ଡିଆନ କହିଛନ୍ତି, ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ନବୀନ ମନେ ରଖନ୍ତି ଏବଂ ଏହାକୁ ପାଳନ କରନ୍ତି । ଅନ୍ୟ ନେତାଙ୍କ ଭଳି ମୁଖ୍ୟମନ୍ତ୍ରୀ ନୁହନ୍ତି । ଯାହା ଲୋକଙ୍କୁ କୁହନ୍ତି ତାହାକୁ ହୃଦୟର ସହ ପାଳନ କରନ୍ତି ।

ପାଣ୍ଡିଆନ କହିଛନ୍ତି, ଗତ ପଞ୍ଚାୟତ ନିର୍ବାଚନରେ ୩୦ରୁ ୩୦ ଜିଲ୍ଲା ପରିଷଦ ଆସନ ହାରିଲା ବିଜେପି । କିନ୍ତୁ ନବୀନଙ୍କ ନେତୃତ୍ୱରେ ବିଜେଡି ଇତିହାସ ରଚିବା ସହ ୩୦ରୁ ୩୦ ଆସନ ହାତେଇଲା । ଦେଶରେ ଏମିତି କୌଣସି ରାଜ୍ୟ ଏମିତି ନାହିଁ ଯେଉଁଠି ସବୁ ଜିଲ୍ଲା ପରିଷଦ ଆସନ ଗୋଟିଏ ଦଳ ହାତେଇବ । ବିଜେଡି ଏହାକୁ ସମ୍ଭବ କରି ଦେଖାଇଛି । ଏଭଳି ଫଳାଫଳ ଦେଖି ବିଜେପିର ଅବସ୍ଥା କଣ ଥିବ ତାହା ଓଡ଼ିଶାବାସୀ ଜାଣିଛନ୍ତି । ସେଥିପାଇଁ ପ୍ରଧାନମନ୍ତ୍ରୀ ବିଜେପି ନେତାଙ୍କୁ ବୁଷ୍ଟର ଇଞ୍ଜେକସନ ଦେବାକୁ ବାରମ୍ବାର ଓଡ଼ିଶା ଆସୁଛନ୍ତି । ପଞ୍ଚାୟତ ନିର୍ବାଚନ ଫଳାଫଳ ଦେଖି ବିଜେପି ନେତାଙ୍କ ଆତ୍ମବିଶ୍ୱାସ ଭାଙ୍ଗି ଯାଇଛି । ସେମାନଙ୍କର ଆତ୍ମବିଶ୍ୱାସ ବଢାଇବାକୁ ପ୍ରଧାନମନ୍ତ୍ରୀ ଆସୁଛନ୍ତି । ତଥାପି ଯେତେ ଇଞ୍ଜେକସନ ଦେଲେ ବି ବିଜେପି ନେତା ଉଠି ପାରୁନାହାନ୍ତି । ବିଜେପିର ୪ ଜଣ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ବୁଲୁଛନ୍ତି । ବିଜେପି କହୁଛି, ଓଡ଼ିଶାରେ ପରିବର୍ତ୍ତନର ହାୱା ବହୁଛି । କିନ୍ତୁ ଦମ ଅଛି ତ କୁହନ୍ତି ଓଡ଼ିଶାରେ ତାଙ୍କର ମୁଖ୍ୟମନ୍ତ୍ରୀ ଚେହେରା କିଏ? ଯେବେ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିବେ ସେବେ ୧୦% ଭୋଟ ମଧ୍ୟ ପାଇବେନି ।

୨୪ ବର୍ଷ ହେବ ମୁଖ୍ୟମନ୍ତ୍ରୀ ଲୋକଙ୍କ ହୃଦୟରେ ଅଛନ୍ତି । ତେଣୁ ଯେତେ ଭାଷଣ ଦେଲେ ବି ଲୋକଙ୍କ ହୃଦୟରୁ ମୁଖ୍ୟମନ୍ତ୍ରୀଙ୍କୁ କେହି ବାହାର କରିପାରିବେନି । ଓଡ଼ିଶାବାସୀଙ୍କ ସମସ୍ୟାର ସମାଧାନ ନବୀନ କରୁଛନ୍ତି । ମହିଳାଙ୍କୁ ୩୩% ଲୋକସଭା ଆସନରେ ଲଢିବାକୁ ସୁଯୋଗ ଦେଇଛନ୍ତି ନବୀନ । ମିଶନ ଶକ୍ତି ମା’ଙ୍କୁ ସ୍ୱାବଲମ୍ବୀ କରିଛନ୍ତି । ଆୟୁଷ୍ମାନ ତୁଳନାରେ ବିଏସକେୱାଇ ବହୁତ ଭଲ । ମୁଖ୍ୟମନ୍ତ୍ରୀ କେବେ ଅନ୍ୟାୟ ହେବାକୁ ଦେବେନି । ସବୁ ପଞ୍ଚାୟତରେ ବ୍ୟାଙ୍କ ଖୋଲିବାକୁ ବିଜେପିକୁ ୩୦ ବର୍ଷ ଲାଗିଥାନ୍ତା ନବୀନ ବାବୁ ରାଜ୍ୟ ସରକାରଙ୍କ ଟଙ୍କାରୁ ସବୁ ପଞ୍ଚାୟତରେ ବ୍ୟାଙ୍କ ଖୋଲିଛନ୍ତି ।
– କାହିଁକି କୋଷ୍ଟଲ ହାଇୱେ ହୋଇପାରିଲା ନାହିଁ? କୋଇଲା ରୟାଲଟି ବୃଦ୍ଧି କଣ ପାଇଁ କରାଗଲାନି?
– ⁠NH ୫୫ ସାରା ଭାରତର ସବୁଠାରୁ ଖରାପ ରାସ୍ତା
– ⁠୨ କୋଟି ଚାକିରୀ କୁଆଡେ ଗଲା?
– ⁠ପ୍ରତି ନିର୍ବାଚନରେ ଆସି ବଡ ବଡ କଥା କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ନିର୍ବାଚନ ପରେ ଭୁଲି ଯାଉଛନ୍ତି
– ⁠ପେଟ୍ରୋଲ, ଗ୍ୟାସ, ଡିଜେଲ ଦର ବଢିବନି ଓ ଚାକିରୀ ଦେବେ ବୋଲି ଗ୍ୟାରେଣ୍ଟି ଦେଇପାରିବେ କି ?
– ଚଗ⁠ ଅନେକ ଶିଳାନ୍ୟାସ କରୁଛନ୍ତି କିନ୍ତୁ ଉଦଘାଟନ କରିପାରୁନାହାନ୍ତି
– ⁠ସାଢେ ୪ କୋଟି ଓଡିଶାବାସୀଙ୍କ ହୃଦୟର ରାଜା ନବୀନ ବାବୁ
– ⁠ଗୁଜୁରାଟକୁ ୧ ନମ୍ବର କରିପାରିଲେ କି?
– ⁠ଗତ ଥର ଅପପୁଷ୍ଟି କଥା କହିଥିଲେ, ଗୁଜୁରାଟରେ ୪୦ ପ୍ରତିଶତ ଓ ଓଡ଼ିଶାରେ ୨୯ ପ୍ରତିଶତ ଶିଶୁ ଅପପୁଷ୍ଟିର ଶୀକାର
– ⁠ସବୁ ସ୍କୁଲ ଓଡ଼ିଶାରେ ରୂପାନ୍ତରିତ, ଗୁଜୁରାଟର ସବୁ ସ୍କୁଲରେ ବ୍ଲାକବୋର୍ଡ
– ⁠ମୁଣ୍ଡପିଛା ଋଣରେ ଓଡ଼ିଶାର ପ୍ରଦର୍ଶନ ଗୁଜୁରାଟ ତୁଳନାରେ ଭଲ
– ⁠ଓଡିଶାକୁ ୧ ନମ୍ବର କେବଳ ନବୀନ ବାବୁ କରିପାରିବେ
– ⁠ଓଡିଶାକୁ ଅବହେଳା ବନ୍ଦ କରନ୍ତୁ
– IOCL, MCL, NALCOରେ ଓଡ଼ିଆ ଲୋକଙ୍କୁ ନୁହେଁ ବାହାର ଲୋକଙ୍କୁ ଚାକିରୀ ଦେଉଛନ୍ତି
– ⁠ବିଜେପି ବହୁତ ଖରାପ ଅବସ୍ଥାରେ ହାରିବାକୁ ଥିଲେ ଧର୍ମ, ଅଞ୍ଚଳ ଓ ରାଜନୀତିକୁ ନେଇ ରାଜନୀତି କରିବେ
– ⁠ବିକାଶର କଥା କହିବେନି। ମନ୍ଦିର ମସଜିଦ ଚର୍ଚ୍ଚର କଥା କହିବେ
– ⁠କନ୍ଧମାଳ ଅଶାନ୍ତ ହୋଇଥିଲା, ବିଜେପି କନ୍ଧମାଳରେ ଦଙ୍ଗା କରିଥିଲା. ନବୀନ ବାବୁ ଏଥିରେ ସୁଧାର ଆଣିଲେ, ଲୋକ ଶାନ୍ତିରେ ରହୁଛନ୍ତି
– ⁠ଯେତେ ବୁଷ୍ଟର ଡୋଜ ଦେଲେ ବି ଓଡିଶା ବିଜେପିର କିଛି ହେବନି
– ⁠ନିର୍ବାଚନ ଆଗରୁ ମୁଖ୍ୟମନ୍ତ୍ରୀ ଚେହେରା ଦେଖାଇବାର ସାହସ କରନ୍ତୁ
– ⁠ବିଜେପିର ଅଭ୍ୟାସ ଦିନରେ ସ୍ବପ୍ନ ଦେଖିବା
– ⁠ଜୁନ ୯ରେ ନବୀନ ବାବୁ ଶପଥ ଗ୍ରହଣ କରିବେ। ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବକୁ ଆସିବେ ଅନୁରୋଧ
– ⁠ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ନେଇ ସେଦିନ ଘୋଷଣା କରିବେ ବୋଲି ଆମର ଆଶା ବୋଲି କହିଛନ୍ତି ଭିକେ ପାଣ୍ଡିଆନ