କନକ ବ୍ୟୁରୋ: ରାଜନୀତିରୁ ସନ୍ୟାସ ଘୋଷଣା କଲେ ଭିକେ ପାଣ୍ଡିଆନ୍ । ବିଜୁ ଜନତା ଦଳର ପରାଜୟ ପାଇଁ ମାଗିଲେ କ୍ଷମା । କହିଲେ, ମୋ ବିରୋଧରେ ପ୍ରଚାର, ଦଳକୁ କ୍ଷତି ପହଞ୍ଚାଇଥିବାରୁ ମୁଁ ଦୁଃଖିତ । ହାତ ଯୋଡି ବିଜୁ ଜନତା ଦଳର କର୍ମୀଙ୍କୁ ମାଗିଲେ କ୍ଷମା । ଭିଡିଓ ବାର୍ତ୍ତା କରି ସେ ରାଜନୀତିରୁ ସନ୍ୟାସ ନେଇ ଘୋଷଣା କରିଛନ୍ତି ।
ପାଣ୍ଡିଆଅନ କହିଛନ୍ତି, ମୁଁ ରାଜନୀତିକୁ ଆସିଥିଲି କେବଳ ମୋ ଗୁରୁ ନବୀନ ପଟ୍ଟନାୟକଙ୍କ ସାହାର୍ଯ୍ୟ କରିବାକୁ । ମୁଁ ଦଳର କୌଣସି ପଦବୀରେ ବି ନଥିଲି, କି ପ୍ରାର୍ଥୀ ବି ହୋଇନଥିଲି । ମୁଁ ରାଜନୀତି ଭିତରେ ଯାହା ବି କାମ କରିଛି କେବଳ ଓଡିଶା ଆଉ ନବୀନ ପଟ୍ଟନାୟକଙ୍କ ପାଇଁ । ଚାକିରି କ୍ୟାରିୟରରେ ଭିତରେ ମୋ ପୈତୃକ ସମ୍ପତ୍ତି ଛଡା ସାରା ବିଶ୍ୱରେ ମୋର କେଉଁଠି ବି ସମ୍ପତ୍ତି ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2024/06/live-pandian-1111.jpg)