କନକ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁଣି ଟାର୍ଗେଟ୍ କଲେ ଫାଇଭ୍-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ । ଅନୁଗୁଳ ଗସ୍ତରେ ଥିବା ବେଳେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ୍ କରିବା ସହ ବିଭିନ୍ନ ପ୍ରସଙ୍ଗରେ ପ୍ରଶ୍ନ କରିଛନ୍ତି । କେନ୍ଦ୍ରରେ ପ୍ରଭାଳଶାଳୀ ମନ୍ତ୍ରୀ ଥାଇ ୧୦ ବର୍ଷ ଭିତରେ ଅନୁଗୁଳ ପାଇଁ କ’ଣ କରିଛନ୍ତି ବୋଲି ପଚାରିଛନ୍ତି । କହିଛନ୍ତି, ଜିଲ୍ଲାରେ କେତୋଟି କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯାଇଛି, କେତୋଟି ଦକ୍ଷତା ବିକାଶ କେନ୍ଦ୍ର ଖୋଲାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି । ଏପରିକି କଟକ- ଅନୁଗୁଳ ରାସ୍ତା ସମସ୍ୟାର ସମାଧାନ କାହିଁକି ହେଉନି ବୋଲି ପ୍ରଶ୍ନ କରିଛନ୍ତି ।

Advertisment

ଗତକାଲି ଭଦ୍ରକ ଗସ୍ତରେ ଯାଇଥିବା ବେଳେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ୍ କରିଥିଲେ । କହିଥିଲେ ୧୧ ମାସ ତଳେ ଧାମନଗରରେ ଉପନିର୍ବାଚନ ହୋଇଥିଲା । ଯିଏ ବିଜେପି ପ୍ରାର୍ଥୀଙ୍କ ପ୍ରଚାର ମଙ୍ଗ ଧରିଥିଲେ, ସେ ପ୍ରଚାର ବେଳେ ଧାମନଗର ଆସି ଶତାଧିକ ପ୍ରତିଶ୍ରୁତି ଦେଇଥିଲେ । ପ୍ରାର୍ଥୀ ବିଜୟୀ ହେବା ପରେ ତାଙ୍କର ଦେଖାଦର୍ଶନ ନାହିଁ । ଏପରିକି ଧନ୍ୟବାଦ ଦେବାକୁ ମଧ୍ୟ ଥରୁଟିଏ ଆସିନଥିବା କହିଥିଲେ ପାଣ୍ଡିଆନ୍ ।