ଭିଭୋ ସ୍ମାର୍ଟଫୋନ୍ ଦମଦାର୍ କାର୍ନିଭାଲ ଅଫର ! ନିର୍ଦ୍ଧାରିତ ମୂଲ୍ୟଠାରୁ ବହୁ ଶସ୍ତାରେ କିଣିପାରିବେ ଫୋନ୍ ।

ଭିଭୋର ୭୨ ଘଣ୍ଟିଆ ଅଫର ! ୭୨ ଟଙ୍କାରେ ମିଳିବ ବଛା ବଛା ଭିଭୋ ସ୍ମାର୍ଟଫୋନର ଆସେସୋରିଜ୍ ।

Source:iStock

ବୁଧବାର ଭିଭୋ ସ୍ମାର୍ଟଫୋନ୍ ମାଲିକ ଭିଭୋ ନକଆଉଟ୍ କାର୍ନିଭାଲ୍ ସେଲର ଘୋଷଣା କରିଦେଇଛନ୍ତି । ସେଲ୍ ୧୭ ମଇରୁ ଆରମ୍ଭ ହୋଇ ୧୯ ମଇ ପର୍ଯ୍ୟନ୍ତ ରହିଛି । ଏହି ସେଲରେ ଗ୍ରାହକ ନିଜ ପସନ୍ଦ ମୁତାବକ ଫୋନ୍ କିଣିବା ସହ ରିହାତି ଏବଂ କ୍ୟାସବାକ୍ ପାଇବାର ସୁବିଧା ମଧ୍ୟ ରହିଅଛି । ଏହି ତିନି ଧରି ଚାଲିଥିବା ଭିଭୋର ଏହି ଦମଦାର ଅଫରର ଲାଭ ଗ୍ରାହକ ଭିଭୋ ସେଣ୍ଟରରେ ଉଠାଇପାରିବେ । ଭିଭୋ ଭି-୫ପ୍ଲସ୍ ଏବଂ ଭି-୫ଏସର ଦାମ୍ ୨୫,୯୯୦ ଏବଂ ୧୮,୯୯୦ ଥିବାବେଳେ ସେଲ୍ ମୁତାବକ ଗ୍ରାହକଙ୍କୁ କ୍ରମଶଃ ୧୪,୯୯୦ ଏବଂ ୧୨,୯୯୦ ଦାମରେ ଫୋନ୍ ଉପଲବ୍ଧ କରାଇ ଦିଆଯାଉଛି । ଏହାଛଡା ଭି-୫ ସ୍ମାର୍ଟଫୋନକୁ ୧୭,୯୯୦ ବଦଳରେ ୧୧,୯୯୦ ମୁଲ୍ୟରେ ବିକ୍ରି କରାଯାଉଛି ।

ଏତଦବ୍ୟତୀତ କାର୍ନିଭାଲ ଅଫରରେ ଭିଭୋ ତରଫରୁ ୧୦୦୦ ଟଙ୍କାର ଲକି ଡ୍ର କୁପନ୍ ଏବଂ ଦୁଇଟି ସିନେମା ଟିକେଟ୍ ମଧ୍ୟ ଉପଲବ୍ଧ କରାଯାଉଅଛି ଏବଂ ସବୁଠାରୁ ଖାସ୍ କଥା ହେଉଛି ଭିଭୋ ଏକ ବର୍ଷ ପାଇଁ ଫୋନ୍ରେ “ନୋ କଷ୍ଟ୍ ଇଏମଆଇ”ର ସୁବିଧା ଯୋଗାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe