ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ବଡ ଘୋଷଣା । ‘ଦ କାଶ୍ମୀର ଫାଇଲ୍ସ’ ପରେ ନିର୍ମାଣ କରିବେ ‘ଦ ଦିଲ୍ଲୀ ଫାଇଲ୍ସ’ ଫିଲ୍ମ 

295

କନକ ବ୍ୟୁରୋ: ଗତ କିଛି ଦିନ ତଳେ ରିଲିଜ୍ ହୋଇଥିବା ବଲିଉଡ୍ ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’କୁ ନେଇ ଆଜି ବି ଚର୍ଚ୍ଚା ଲାଗି ରହିଛି । କାଶ୍ମୀର ହୋଇଥିବା କାଶ୍ମୀର ପଣ୍ଡିତଙ୍କ ପ୍ରତି ହିଂସାକୁ ଏହି ଫିଲ୍ମରେ ଦେଖାଯାଇଥିଲା । ଆଉ ଏହି ଫିଲ୍ମକୁ ସାରା ଦେଶବାସୀ ପସନ୍ଦ କରିଥିଲେ । ତେବେ ଏହି ଫିଲ୍ମ ଜରିଆରେ ବେଶ ଲାଭବାନ ହୋଇଥିଲେ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ । ମାତ୍ର କେଇ କୋଟି ଟଙ୍କାରେ ଫିଲ୍ମ ନିର୍ମାଣ କରି ସେ ଦ କାଶ୍ମୀର ଫାଇଲ୍ସରୁ କୋଟି କୋଟି ଟଙ୍କା ଆୟ କରିଥିଲେ ।

ଏବେ ନିର୍ଦ୍ଦେଶକ ବିବେକ୍ ଅଗ୍ନିହୋତ୍ରୀ ତାଙ୍କର ଆଗାମୀ ପ୍ରୋଜେକ୍ଟ ବିଷୟରେ ଘୋଷଣା କରିଛନ୍ତି । ଆଗାମୀ ଦିନରେ ସେ ଦ ଦିଲ୍ଲୀ ଫାଇଲ୍ସ ନାମରେ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି ବୋଲି ଘୋଷଣା କରିଛନ୍ତି । ତେବେ ଟୁଇଟ୍ କରି ସେ ଲେଖିଛନ୍ତି, ମୁଁ ସେହି ସବୁ ଲୋକଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି, ଯେଉଁମାନେ କାଶ୍ମୀର ଫାଇଲ୍ସ ନିର୍ମାଣ କରିଛନ୍ତି ।  ଗତ ୪ ବର୍ଷ ଆମେ ପୂରା ସଚ୍ଚୋଟ୍ଟତାର ସହ ପରିଶ୍ରମ କରିଥିଲୁ । ତେବେ କାଶ୍ମୀର ହିନ୍ଦୁଙ୍କ ବିଷୟରେ ଲୋକଙ୍କର ଜାଣିବା ଗୁରୁତ୍ୱପୂର୍ଣ୍ଣ ଥିଲା । ଏବେ ସମୟ ଆସିଛି ମୋ ନୂଆ ଫିଲ୍ମ କାମ ଆରମ୍ଭ କରିବାର…

ଏହାପରେ ଆଉ ଗୋଟିଏ ଟୁଇଟ୍ କରି ବିବେକ୍ ଅଗ୍ନିହୋତ୍ରୀ ଲେଖିଥିଲେ ଦ ଦିଲ୍ଲୀ ଫାଇଲ୍ସ । ଅର୍ଥାତ ସେ ଆଗାମୀ ଦିନରେ ଦ ଦିଲ୍ଲୀ ଫାଇଲ୍ସ ନାମରେ ଫିଲ୍ମ ନିର୍ମାଣ କରୁଥିବା ଘୋଷଣା କରିଛନ୍ତି । ତେବେ ତାଙ୍କର ଏହି ଘୋଷଣା ପରେ, ସୋସିଆଲ୍ ମିଡିଆରେ ଲୋକମାନେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ କରିଦେଇଛନ୍ତି । ଦ ଦିଲ୍ଲୀ ଫାଇଲ୍ସରେ କେଉଁ ବିଷୟରେ ଦେଖିବାକୁ ମିଳିବ ତାହା ଏବେ ଚର୍ଚ୍ଚାରେ…