କମଲ୍ ହାସନଙ୍କ ବୟାନ୍ ଉପରେ ପ୍ରତିକ୍ରିୟା ରଖିଲେ ବିବେକ ଓବରଏ ! କହିଲେ ଦୟାକରି ଦେଶକୁ ବାଣ୍ଟନ୍ତୁ ନାହିଁ । 

କମଲ୍ ହାସନଙ୍କ ବୟାନ୍ ଉପରେ ପ୍ରତିକ୍ରିୟା ରଖିଲେ ବିବେକ ଓବରଏ ! କହିଲେ ଦୟାକରି ଦେଶକୁ ବାଣ୍ଟନ୍ତୁ ନାହିଁ । 

ଲୋକପ୍ରିୟ ଅଭିନେତା ତଥା ତାମିଲନାଡୁ ପାର୍ଟି ଏମଏନଏମ୍ ର ସଂସ୍ଥାପକ କମଲ୍ ହାସନ୍ ନାଥୁରାମ୍ ଗଡସେଙ୍କୁ ସ୍ୱାଧିନତା ଭାରତର ପ୍ରଥମ ହିନ୍ଦୁ ଆତଙ୍କବାଦୀ ବୋଲି କହିଛନ୍ତି । ତାଙ୍କର ଏହି ବୟାନରେ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ବଲିଉଡ୍ ଅଭିନେତା ବିବେକ ଓବରଏ କମଲଙ୍କ ବୟାନ୍ ଉପରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି , “ସାର୍ ଜଣେ ବଡ କଳାକାରଙ୍କ ପାଖରେ ଛୋଟ କଳାକାରର ନିବେଦନ ଦୟାକରି ଦେଶକୁ ବାଣ୍ଟନ୍ତୁ ନାହିଁ ଆମେ ସବୁ ଏକ , ଜୟ ହିନ୍ଦ୍ ।”

publive-image

ବିବେକ ନିଜ ଟ୍ୱିଟରରେ ହ୍ୟାଣ୍ଡଲରେ କହିଛନ୍ତି , ପ୍ରିୟ କମଲ୍ ସାର୍ ଆପଣ ଜଣେ ବଡ଼ କଳାକାର । ଯେଭଳି କଳାର କୌଣସି ଧର୍ମ ନଥାଏ ସେହିଭଳି ଆତଙ୍କବାଦର ମଧ୍ୟ କୌଣସି ଧର୍ମ ନଥାଏ । ଆପଣ କହିପାରିବେ ନାଥୁରାମ୍ ଗଡସେ ଆତଙ୍କବାଦୀ ଥିଲେ କିନ୍ତୁ ଏଥିରେ ହିନ୍ଦୁଙ୍କୁ କାହିଁକି ଚିତ୍ରିତ କରୁଛନ୍ତି? କାରଣ କେବଳ ଏଥିପାଇଁ ଯେ ଆପଣ ଏକ ମୁସଲିମ୍ ବହୁଳ ଅଚଂଳରେ ଭୋଟ୍ ମାଗିବାକୁ ଯାଇଛନ୍ତି ।

publive-image

ତେବେ ଏହି କଥାକୁ ନେଇ କମଲ୍ ହାସନ୍ କହିଥିଲେ ଯେ , ଏହା ଏକ ମୁସଲମାନ୍ ଅଚଂଳ ହୋଇଥିବାରୁ ମୁଁ ଏଭଳି କିଛି କହୁନାହିଁ ବରଂ ଗାନ୍ଧୀଜୀଙ୍କ ପ୍ରତିମା ସାମ୍ନାରେ ଠିଆ ହୋଇ ଏଭଳି କଥା କହୁଛି । ସ୍ୱାଧିନତା ଭାରତର ପ୍ରଥମ ଆତଙ୍କବାଦୀ ହିନ୍ଦୁ ଥିଲା ଏବଂ ତା ନାଁ ନାଥୁରାମ୍ ଗଡସେ ଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe