ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଅତୀତକୁ ନେଇ ପ୍ରସ୍ତୁତ ହୋଇଥିବା ମିମ୍ ସୋସିଆଲ୍ ମିଡିଆରେ ସେୟାର୍ କରି ଫସିଲେ ଅଭିନେତା ବିବେକ୍ ଓବରଏ ! ଜାତୀୟ ମହିଳା କମିଶନ୍ ପଠାଇଲେ ନୋଟିସ୍ ।

705

ଲୋକସଭା ନିର୍ବାଚନ ୨୦୧୯ ଏଗଜିଟ୍ ପୋଲ୍ ଉପରେ ଅନେକ ମିମ୍ ପ୍ରସ୍ତୁତ ହୋଇଛି । କିନ୍ତୁ ଏବେ ଏଭଳି ଏକ ମିମ୍ କୁ ସୋସିଆଲ୍ ସାଇଟରେ ସେୟାର୍ କରି ଫସିଛନ୍ତି ବଲିଉଡ୍ ଅଭିନେତା ବିବେକ୍ ଓବରଏ । ବିବେକ୍ ଯେଉଁ ମିମ୍ କୁ ସେୟାର କରିଛନ୍ତି ଏହାକୁ ନେଇ ଲୋକମାନେ ତାଙ୍କୁ ତୀବ୍ର ନିନ୍ଦା କରିଛନ୍ତି । ବଲିଉଡ୍ ଆକ୍ଟର ସଲମାନ୍ ଖାନ୍ ,ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅଭିଶେକ୍ ବଚ୍ଚନଙ୍କୁ ନେଇ ପ୍ରସ୍ତୁତ ହୋଇଥିବା ଏହି ମିମ୍ କୁ ସୋସିଆଲ୍ ସାଇଟରେ ସେୟାର୍ କରିବା ଏବେ ତାଙ୍କୁ ମହଙ୍ଗା ପଡିଛି । ଏବେ ମହାରାଷ୍ଟ୍ରର ନ୍ୟାସନାଲ୍ କଂଗ୍ରେସ ପାର୍ଟି (ଏନସିପି) ବିବେକ୍ ଏଭଳି କାର୍ଯ୍ୟ ପାଇଁ ତାଙ୍କୁ କଡା ଆପତ୍ତି ଜଣାଇଛନ୍ତି । ଟ୍ୱିଟରେ ନିଜ ସହ ୪ ଜଣ ଲୋକଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ମଜାକ୍ ଉଡାଇବା ପାଇଁ ତାଙ୍କୁ ଟ୍ରୋଲ୍ ମଧ୍ୟ କରାଯାଉଛି । ଏନସିପି ବିବେକଙ୍କ ଟ୍ୱିଟ୍ ଉପରେ ପ୍ରଶ୍ନ ଉଠାଇ ପଚାରିଛି ଯେ “ ଜଣେ ପଦ୍ମଶ୍ରୀ ପ୍ରାପ୍ତ ବ୍ୟକ୍ତିବିଶେଷଙ୍କ ଉପରେ ଏଭଳି ଭାଷା ପ୍ରୟୋଗ କରିବା କେତେ ଯୁକ୍ତିଯୁକ୍ତ । ରାଷ୍ଟ୍ରୀୟ ତଥା ରାଜ୍ୟ ମହିଳା କମିଶନ୍ କ’ଣ କରୁଛି?”

 

ଏନସିପି କହିଛି ବିବେକ୍ ଓବରଏଙ୍କ ଉପରେ ଶକ୍ତ ଆକ୍ସନ୍ ନେବା ଆବଶ୍ୟକ ଏବଂ ତାଙ୍କୁ ଗିରଫ କରିବା ଦରକାର । ଲୋକମାନେ ଏଥିପାଇଁ ବି ବିବେକଙ୍କ ଉପରେ କ୍ରୋଧ ଜାହିର କରୁଛନ୍ତି ଯେ ବର୍ତ୍ତମାନ ଐଶ୍ୱର୍ଯ୍ୟାଙ୍କ ବିବାହ ହୋଇଥିବା ବେଳେ ଏବେ ସେ ଜଣେ ପ୍ରତିଷ୍ଠିତ ପରିବାରର ବୋହୂ । ବିନା କାରଣରେ ତାଙ୍କ ଅତୀତକୁ ଏଭଳି ମିଡିଆ ସାମ୍ନାରେ ଆଣିବାକୁ ନେଇ ଟ୍ରୋଲ୍ ହୋଇଛନ୍ତି ବିବେକ୍ । ତେବେ ଜାତୀୟ ମହିଳା କମିଶନ୍ ଙ୍କ ତରଫରୁ ମଧ୍ୟ ଏବେ ବିବେକଙ୍କୁ ନୋଟିସ୍ ଜାରୀ କରାଯାଇଛି ।