ଐଶ୍ୱର୍ଯ୍ୟା ରାୟଙ୍କ ମିମ୍ ବିବାଦକୁ ନେଇ ବିବେକ ଓବରଏଙ୍କ କ୍ଷମା ପ୍ରାର୍ଥନା ! ଟ୍ୱିଟ୍ କରି କ୍ଷମା ମାଗିବା ସହ କହିଲେ ଏଭଳି କଥା ।

ଐଶ୍ୱର୍ଯ୍ୟା ରାୟଙ୍କ ମିମ୍ ବିବାଦକୁ ନେଇ ବିବେକ ଓବରଏଙ୍କ କ୍ଷମା ପ୍ରାର୍ଥନା ! ଟ୍ୱିଟ୍ କରି କ୍ଷମା ମାଗିବା ସହ କହିଲେ ଏଭଳି କଥା ।

Darpan Magazine

ବଲିଉଡ୍ ଅଭିନେତା ବିବେକ ଓବରଏ ସୋମବାର ବିବାଦ ଘେରକୁ ଆସିଥିଲେ । ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଫଟୋକୁ ଟ୍ୱିଟ୍ କରି ସେ ତାଙ୍କର ମଜା ଉଡାଇବା କାରଣରୁ ଫସିଥିଲେ । ତାଙ୍କର ଏହି ଟ୍ୱିଟ୍ ପରେ ସୋସିଆଲ୍ ମିଡିଆରେ ତାଙ୍କର ଖୁବ୍ ଆଲୋଚନା ହୋଇଥିଲା । ତେବେ ବର୍ତ୍ତମାନ ବିବେକ ନିଜର ଏହି ଟ୍ୱିଟକୁ ହଟାଇ ଦେଇଛନ୍ତି ଏବଂ କ୍ଷମା ପ୍ରାର୍ଥନା କରିଛନ୍ତି । ଏହାକୁ ନେଇ ସେ ପୁଣିଥରେ ଏକ ଟ୍ୱିଟ୍ କରିଛନ୍ତି । ସେ ଟ୍ୱିଟ୍ ରେ କହିଛନ୍ତି କୌଣସି ମହିଳାଙ୍କୁ ଯଦି ମୋ ଟ୍ୱିଟ୍ କାରଣରୁ ଆଘାତ ପହଚିଂଛି ତେବେ ମୋତେ କ୍ଷମା କରନ୍ତୁ । ଏକ୍ସିଟ୍ ପୋଲ୍ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଫଟୋକୁ ଯୋଡ଼ି ବିବେକ ଏକ ଟ୍ୱିଟ୍ କରିଥିଲେ ଯାହା ଖୁବ୍ ଭାଇରାଲ୍ ମଧ୍ୟ ହୋଇଥିଲା ।

ତେବେ ଏହି ମାମଲାକୁ ନେଇ ସୋମବାର ମହିଳା ଆୟୋଗଙ୍କ ତରଫରୁ ତାଙ୍କୁ ନୋଟିସ୍ ପଠାଯାଇଥିଲା । ଅନ୍ୟପକ୍ଷରେ ଅଭିନେତ୍ରୀ ସୋନମ୍ କପୁର୍ ,ଡିସିଡବ୍ଲୁ ପ୍ରମୁଖ ସ୍ୱାତୀ ମାଲିୱାଲ୍ ସହିତ କିଛି ଲୋକ ଏନେଇ ଆଲୋଚନା କରିଥିଲେ । ଏହା ଉପରେ ବିବେକ ଓବରଏ ସୋମବାର କହିଥିଲେ ମୁଁ କିଛି ଭୁଲ୍ କରିନି କାହିଁକି କ୍ଷମା ମାଗିବି? ମୁଁ କିଛି ଭୁଲ୍ କରିଥିଲେ କ୍ଷମା ମାଗିଥାନ୍ତି କିନ୍ତୁ ମୁଁ କିଛି ବି ଭୁଲ୍ କରିନି କାହିଁକି କ୍ଷମା ମାଗିବି? ଆପଣଙ୍କୁ କହିରଖୁଛୁ ଓବରଏ ଯେଉଁ ମିମ୍ କଥା କହିଥିଲେ ତାହା ୩ ଟି ଓପିନିଅନ୍ ପୋଲ୍ ,ଏକ୍ସିଟ୍ ପୋଲ୍ ଏବଂ ଫଳାଫଳରେ ବଣ୍ଟା ହୋଇଥିଲା । ଓପିନିଅନରେ ଐଶ୍ୱର୍ଯ୍ୟା ସଲମାନଙ୍କ ସହ ନଜର ଆସିଥିବା ବେଳେ ଏକ୍ସିଟ୍ ରେ ବିବେକ ଓବରଏ ଏବଂ ଫଳାଫଳରେ ଅଭିଶେକ ଏବଂ ତାଙ୍କ ଝିଅ ଆରଧ୍ୟାଙ୍କ ସହ ନଜର ଆସିଛନ୍ତି ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe