ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଁଚିବେ ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ସଚିବ ବିବେକ ଭରଦ୍ୱାଜ । କେନ୍ଦ୍ରୀୟ ଆନ୍ତଃମନ୍ତ୍ରଣାଳୟ ଦଳର ନେତୃତ୍ୱ ନେଇ ବାତ୍ୟା ସ୍ଥିତିର କରିବେ ସମୀକ୍ଷା ।

81

କନକ ବ୍ୟୁରୋ: ବାତ୍ୟା ‘ଫୋନି’ର ସ୍ଥିତି ସମୀକ୍ଷା ପାଇଁ ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଁଚିବେ ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ସଚିବ ବିବେକ ଭରଦ୍ୱାଜ । ଆନ୍ତଃମନ୍ତ୍ରଣାଳୟ କେନ୍ଦ୍ରୀୟ ଟିମଙ୍କ ସହ ବାତ୍ୟା ପ୍ରଭାବିତ ଜିଲ୍ଲା ଗୁଡ଼ିକ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିବ ଏହି ଟିମ୍ । ଏନେଇ କେନ୍ଦ୍ର ପୂର୍ବରୁ ଗୃହମନ୍ତ୍ରଣାଳୟ ତରଫରୁ ରାଜ ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀଙ୍କୁ ଚିଠି ଯୋଗେ ଅବଗତ କରାଯାଇଥିଲା ।

ଗତ ୬ ତାରିଖ ଦିନ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ରୀୟ ଟିମର ନେତୃତ୍ୱ ନେବେ ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ସଚିବ ବିବେକ ଭରଦ୍ୱାଜ । ତେବେ ଆଜି ସନ୍ଧ୍ୟାରେ ବିବେକ ଭରଦ୍ୱାଜ ଭୁବନେଶ୍ୱରରେ ପହଁଚିବାର କାର୍ଯ୍ୟକ୍ରମ ରହିଛି । ସେହି ମର୍ମରେ ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଭୁବନେଶ୍ୱରରେ ପହଁଚିବା ପରେ ଆସନ୍ତା ୧୩ ତାରିଖରୁ ୧୫ ତାରିଖ ମଧ୍ୟରେ ବିଶେଷ ପ୍ରଭାବିତ ହୋଇଥିବା ଜିଲ୍ଲା ଗୁଡ଼ିକର ସ୍ଥିତି ସମୀକ୍ଷା କରିବା ସହ କ୍ଷୟକ୍ଷତିର ଆକଳନ କରିବେ ।