ସାଧାରଣ ବଣ୍ଟନ ବ୍ୟବସ୍ଥାରେ ମିଳିବ ଭିଟାମିନ୍ ଯୁକ୍ତ ଚାଉଳ । ମାଲକାନଗିରି ଜିଲ୍ଲାରେ ପାଇଲଟ୍ ପ୍ରୋଜେକ୍ଟର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ।

Advertisment
ସାଧାରଣ ବଣ୍ଟନ ବ୍ୟବସ୍ଥାରେ ମିଳିବ ଭିଟାମିନ୍ ଯୁକ୍ତ ଚାଉଳ । ମାଲକାନଗିରି ଜିଲ୍ଲାରେ ପାଇଲଟ୍ ପ୍ରୋଜେକ୍ଟର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ।

କନକ ବ୍ୟୁରୋ: ଅପପୁଷ୍ଟି ରୋକିବ ଭିଟାମିନ ଯୁକ୍ତ ଚାଉଳ । ହିତାଧିକାରୀଙ୍କୁ ପିଡିଏସ ମାଧ୍ୟମରେ ପୁଷ୍ଟିକର ଚାଉଳ ଯୋଗାଇବେ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସ୍ୱାସ୍ଥ୍ୟବର୍ଦ୍ଧକ ଭିଟାମିନ ଯୁକ୍ତ ଚାଉଳ ବଣ୍ଟନକୁ ମାଲକାନଗିରିରେ ଶୁଭାରମ୍ଭ କରିଛନ୍ତି । ଏଥିସହ ଗୋଟିଏ ଦେଶ ଗୋଟିଏ ରେସନ କାର୍ଡ ବ୍ୟବସ୍ଥାର ଶୁଭାରମ୍ଭ ମଧ୍ୟ କରାଯାଇଛି ।

ଚଳିତ ଖରିଫ ଋତୁରେ ଚାଉଳକୁ ପ୍ରକ୍ରିୟାକରଣ କରି ପୁଷ୍ଟିକର ଚାଉଳ ପ୍ରସ୍ତୁତ କରିଛି ମାଲକାନଗିରି ଜିଲ୍ଲା ପ୍ରଶାସନ । ଏଥିପାଇଁ ଜିଲ୍ଲାର ୨୩ଟି ରାଇସ ମିଲରେ ବ୍ଲେଣ୍ଡିଙ୍ଗ ମେସିନ ସ୍ଥାପନ କରାଯାଇଛି । ୧୦୦ କିଲୋଗ୍ରାମ ପିଡିଏସ ଚାଉଳରେ ୧ କିଲୋଗ୍ରାମ ପୁଷ୍ଟିକର ଚାଉଳ ମିଶ୍ରଣ କରାଯାଇଛି ଆଉ ମିଲରମାନଙ୍କୁ ପୁଷ୍ଟିକର ଚାଉଳ ଯୋଗାଇ ଦେଇଛି ଯୋଗାଣ ବିଭାଗ । ଏହି ପୁଷ୍ଟିକର ଚାଉଳରେ ଭିଟାମିନ - ଏ, ବି, ସି, ଜିଙ୍କ, ଆଇରନ୍ ପରି ବହୁ ଜରୁରୀ ମିନେରାଲ୍ସରେ ପରିପୂର୍ଣ୍ଣ ଥିବାରୁ ଅପପୁଷ୍ଟିର ଶିକାର ଶିଶୁ, ରକ୍ତହୀନ ଗର୍ଭବତୀ ମହିଳାମାନଙ୍କ ପାଇଁ ଏହା ବେଶ ଲାଭଦାୟକ ହେବ ।

୨୦୧୩ରେ ମାଲକାନଗିରି ଜିଲ୍ଲାରୁ ଆରମ୍ଭ ହୋଇଥିଲା ରାଜ୍ୟ ସରକାରଙ୍କ ୧ ଟଙ୍କିଆ ଚାଉଳ ଯୋଜନା ଆଉ ଏବେ ମାଲକାନଗିରି ଜିଲ୍ଲାରୁ ପୁଷ୍ଟିକର ଚାଉଳ ବଣ୍ଟନ କାର୍ଯ୍ୟକ୍ରମକୁ ମଧ୍ୟ ଆରମ୍ଭ କରିଛନ୍ତି ସରକାର । ନିତି ଆୟୋଗର ପରାମର୍ଶ କ୍ରମେ ପ୍ରଥମ ପର୍ଯ୍ୟାୟ ରେ ଦେଶର ୧୫ ରାଜ୍ୟର ୧୫ ଟି ଜିଲ୍ଲାରେ ଏହି ପୁଷ୍ଟିକର ଚାଉଳ ଯୋଗାଣ କାର୍ଯ୍ୟକ୍ରମକୁ ପାଇଲଟ ପ୍ରୋଜେକ୍ଟ ଭାବେ ଗ୍ରହଣ କରାଯାଇଛି ଆଉ ଏହାର ସଫଳତାକୁ ଆଧାର କରି ଆଗାମୀ ଦିନରେ ଦେଶର ସମସ୍ତ ୧୧୨ ଟି ଆକାଂକ୍ଷୀ ଜିଲ୍ଲାରେ ଆରମ୍ଭ ହେବ ବୋଲି ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe