ଭିଟାମିନ୍ ‘ଡି’ ର ଅଭାବରେ ହୋଇପାରେ ଗୁରୁତର ରୋଗ!

186

କନକ ବ୍ୟୁରୋ: ଆମ ଶରୀରକୁ ସବୁ ପ୍ରକାର ଭିଟାମିନ୍ ଓ ମିନେରାଲର ଅବଶ୍ୟକତା ରହିଛି । ଏଥିରୁ କିଛିର ଅଭାବ ହେଲେ ଶରୀରରେ ଅନେକ ପ୍ରକାର ସମସ୍ୟା ଦେଖାଦେଇପାରେ । ଏଥିରୁ ଗୋଟିଏ ହେଉଛି ଭିଟାମିନ୍ ‘ଡି’ । ଏହାର ଅଭାବରେ ଅନେକ ଗୁରୁତର ରୋଗ ଦେଖାଯାଏ । ଏହି ଭିଟାମିନ୍ ଶରୀରର ହାଡକୁ ମଜବୁତ୍ ରଖିବା ସହ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବାରେ ବିଶେଷ ସହାୟକ ହୋଇଥାଏ । ହେଲେ ଏହାର ଅଭାବରେ ଗୁରୁତର ସମସ୍ୟା ଦେଖାଦେଇପାରେ ଯାହାର ନାଁ ଶୁଣିଲେ ଲୋକଙ୍କ ମନରେ ଛାନିଆ ଦେଖାଯାଏ । ଏନେଇ ସତର୍କ କରାଇଛନ୍ତି ଟୋକିଓ ୟୁନିଭର୍ସିଟିର କ୍ୟାନସର ବିଶେଷଜ୍ଞ ଗବେଷଣା ମୁତାବକ, ଶରୀରରେ ଭିଟାମିନ୍ ‘ଡି’ର ଅଭାବ ହେଲେ କ୍ୟାନସର ରୋଗ ହେବାର ସମ୍ଭାବନା ରହିଛି । ବିଶେଷ କରି ପୁରୁଷଙ୍କ ଠାରେ ବ୍ଲାଡର କ୍ୟାନସର୍ ଦେଖାଯାଏ । ବିଶ୍ୱ କ୍ୟାନସର ଡେ’ ଉପଲକ୍ଷେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ପୁରୁଷଙ୍କ ଠାରେ ସୃଷ୍ଟି ହେଉଥିବା କ୍ୟାନସର ମଧ୍ୟରେ ବ୍ଲାଡର କ୍ୟାନ୍ସରରେ ଅନେକ ଆକ୍ରାନ୍ତ ହୋଇଥାନ୍ତି ।

ଭିଟାମିନ୍ ‘ଡି’ର ଅଭାବରେ ଅନେକ କୋଷ ଗୁଡିକ ଦୁର୍ବଳ ହୋଇଯାନ୍ତି । ଫଳରେ କ୍ୟାନସର ଜୀବାଣୁ ସେହି ଦୁର୍ବଳ କୋଷରେ ନିଜର ଆସ୍ଥାନ ଜମାଇଥାନ୍ତି । ତେଣୁ ଶରୀରରେ ଯେପରି ଭିଟାମିନ୍ ‘ଡି’ର ଅଭାବ ନହୁଏ ସେନେଇ ସତର୍କ ରହିବା ଉଚିତ । ସେଥିପାଇଁ ଶରୀରରେ ଯେପରି ପର୍ଯ୍ୟାପ୍ତ ସୂର୍ଯ୍ୟଙ୍କ ପ୍ରଥମ କିରଣ ପଡେ ସେଥିପ୍ରତି ଗୁରୁତ୍ୱ ଦେବା ଉଚିତ । ଏହାସହ ଭିଟାମିନ୍ ‘ଡି’ ଥିବା ଖାଦ୍ୟ ଉପରେ ମଧ୍ୟ ଗୁରୁତ୍ୱ ଦେବା ଉଚିତ ।