ଜାତୀୟ ରାଜପଥରେ ଓହ୍ଲାଇଲା ଯୁଦ୍ଧ ବିମାନ : ଏମରଜେନ୍ସି ଲ୍ୟାଣ୍ଡିଂ କରି ଦମ ଦେଖାଇଲେ ଜାଗୁଆର ଓ ସୁଖୋଇ

ମିଲିଟାରି ଅପରେସନ ପାଇଁ ପ୍ରସ୍ତୁତ ହୋଇଛି ରନୱେ

123

କନକ ବ୍ୟୁରୋ : ଜାତୀୟ ରାଜପଥରେ ଅବତରଣ କଲା ଯୁଦ୍ଧ ବିମାନ । ପାକିସ୍ତାନ ସୀମା ନିକଟରେ ତିଆରି ହେଲା ରନ୍ୱେ । ରନ୍ୱେରେ ଦମ୍ ଦେଖାଇଛି ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ । ରାଜସ୍ଥାନର ଜାଲୋରରେ ତିିଆରି ହୋଇଥିବା ଜାତୀୟ ରାଜପଥରେ ଅବତରଣ କରିଛି ବାୟୁସେନାର ତିନିଟି ବିମାନ । ବାୟୁସେନାର ପରିବହନ ବିମାନ ସି-୧୩୦ଜେ ସୁପର ହରକ୍ୟୁଲିସ, ସୁଖୋଇ ଓ ଜାଗୁଆର ଯୁଦ୍ଧ ବିିମାନ ଜାତୀୟ ରାଜପଥରେ ଅବତରଣ କରିଛି ।

ମିଲିଟାରୀ ଅପରେସନ ବେଳେ ଜରୁରୀକାଳୀନ ଭାବରେ ଯୁଦ୍ଧ ବିମାନ ଅବତରଣ କରିବା ପାଇଁ ଏପରି ଜାତୀୟ ରାଜପଥ ତିଆରି ହୋଇଛି । ବିମାନ ଅବତରଣ କରିବା ବେଳେ କେନ୍ଦ୍ର ପରିବହନ ମନ୍ତ୍ରୀ ନିତୀନ ଗଡକରୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସିଡିଏସ ବିପୀନ ରାୱତ, ବାୟୁସେନା ମୁଖ୍ୟ ଆରକେଏସ ଭଦୌରିଆ ପ୍ରମୁଖ ଉପସ୍ଥିତ ଥିଲେ । ୧୯ ମାସରେ ଏହିି ରାସ୍ତା ତିଆରି କରାଯାଇଛି । ଜୁଲାଇ ୨୦୧୯ରେ ଏହି ରାସ୍ତା କାମ ଆରମ୍ଭ ହୋଇ ୨୦୨୧ ଜାନୁଆରୀରେ ଶେଷ ହୋଇଛି । ସାରା ଦେଶରେ ଏପରି ୧୨ଟି ଜାତୀୟ ରାଜପଥ ବିଭିନ୍ନ ସ୍ଥାନରେ ତିଆରି ହୋଇଛି । ଯେଉଁଥିରେ ଆଗ୍ରା-ଲକ୍ଷେ୍ନା ଜାତୀୟ ରାଜପଥ ମଧ୍ୟ ରହିଛି ।