ଦୃଷ୍ଟିବାଧିତ କ୍ରିକେଟର ଝିଲି ବରୁଆଙ୍କୁ ମିଳିଲା ପ୍ରଶାସନିକ ସହାୟତା

80

କନକ ବ୍ୟୁରୋ : ଆନ୍ତର୍ଜାତୀୟ କ୍ରିକେଟ ଖେଳ ପାଇଁ ଚୟନ ହୋଇ କେନ୍ଦୁଝର ପାଇଁ ଗୌରବ ଅର୍ଜନ କରିଥିବା ମହିଳା ଦୃଷ୍ଟି ବାଧିତ କ୍ରିକେଟର ୧୩ ବର୍ଷୀୟା ଝିଲି ବରୁଆଙ୍କ ମିଳିଲା ପ୍ରଶାସନିକ ସହାୟତା । ବାପା ମାଆ ଛେଉଣ୍ଡ ଝିଲି ବରୁଆର ଦୁଃଖ କାହାଣୀ କେନ୍ଦୁଝର ଜିଲ୍ଲାପାଳ ଓ ଫାଇଭ-ଟି ସଚିବଙ୍କ ନିକଟରେ ପହଞ୍ଚାଇ ଥିଲେ ଆନନ୍ଦପୁର ଉପଜିଲ୍ଲାପାଳ । ଏହାପରେ ପ୍ରଶାସନ ପକ୍ଷରୁ ଝିଲିଙ୍କୁ ସହାୟତା ଯୋଗାଇ ଦିଆଯାଇଛି ।

ଫାଇଭ-ଟି ସଚିବଙ୍କ ନିର୍ଦ୍ଦେଶରେ ପ୍ରଥମେ ଝିଲିଙ୍କୁ ୩୦ ହଜାର ଟଙ୍କାର ଆର୍ଥିକ ସହାୟତା ଦିଆଯାଇଥିଲା । ସେହିପରି ହାଟଡିହି ବ୍ଲକର ଅଭିଯୋଗ ଶୁଣାଣି ସମୟରେ ଝିଲିଙ୍କୁ ଡକାଇ କ୍ରିକେଟ କିଟ ସମେତ ଭିନ୍ନକ୍ଷମ ଭତା ପ୍ରଦାନ କରିଛନ୍ତି କେନ୍ଦୁଝର ଜିଲ୍ଲାପାଳ । ଏଥିସହିତ ଆବଶ୍ୟକତା ଅନୁଯାୟୀ ତାଙ୍କୁ ସାହାଯ୍ୟ ଯୋଗାଇ ଦେବାକୁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି । ଏହିଅବସରରେ ଆନନ୍ଦପୁର ଉପଜିଲ୍ଲାପାଳ ଓ ଅନ୍ୟ ଉଚ୍ଚ ଅଧିକାରୀ ଉପସ୍ଥିତ ଥିଲେ ।