କନକ ବ୍ୟୁରୋ : ଗୀତ ଗାଇ ସରକାରଙ୍କୁ ଦୁଃଖ ଜଣାଇଲେ ଯାଜପୁରର ଜଣେ ଦୃଷ୍ଟିବାଧିତ ବ୍ୟକ୍ତି ପ୍ରଫୁଲ୍ଲ ଦାସ । ଗରିବ ଲୋକଙ୍କ ପାଇଁ ସରକାର ଅନେକ ଯୋଜନା କରୁଛନ୍ତି ହେଲେ ପ୍ରଫୁଲ୍ଲଙ୍କ ପାଖରେ ଏବେ ବି ଅପହଞ୍ଚ ରହିଛି ଏହି ସବୁ ଯୋଜନା । ପୂର୍ବରୁ ଗୀତ ମାଧ୍ୟମରେ ସରକାରଙ୍କୁ ଗୁହାରି କରି ଯାଜପୁର ରଗଡ଼ି ଅଞ୍ଚଳର ପ୍ରଫୁଲ୍ଲ ଦାସ ଘରବାଡ଼ି ପଟ୍ଟା ପାଇଥିଲେ । ଦୀର୍ଘବର୍ଷ ପରେ ମଧ୍ୟ ସରକାରୀ ଯୋଜନାରେ ଘର ଖଣ୍ଡିଏ ନମିଳିବାରୁ ପୁଣି ଗୀତ ଗାଇ ଫାଇଭ-ଟି ସଚିବ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ।

Advertisment