ସାହସ ଦେଖାଇଲେ ଦୃଷ୍ଟିହୀନ ନାବାଳିକା ! ଟ୍ରେନରେ ଅସଦାଚରଣକାରୀକୁ କାବୁ କରି ଗିରଫ କରାଇଲେ ।

294

କନକ ବ୍ୟୁରୋ: ଦୁନିଆକୁ ଦେଖିପାରୁନଥିଲେ ମଧ୍ୟ ଦମ୍ ଦେଖାଇଲେ ଦୃଷ୍ଟିହୀନ ନାବାଳିକା  । ମୁମ୍ବାଇର ଏକ ଲୋକାଲ୍ ଟ୍ରେନରେ ଜଣେ ବ୍ୟକ୍ତିଙ୍କ ଅସଦାଚରଣରେ ହେବାପରେ ଜଣେ ୧୫ ବର୍ଷୀୟ ଦୃଷ୍ଟିହୀନ ବାଳିକା ଉକ୍ତ ଅସଦାଚରଣକାରୀଙ୍କୁ ଗିରଫ କରାଇଛନ୍ତି। ଏହାକୁ ନେଇ ଏବେ ଚାରିଆଡ଼ୁ ସାବାସୀ ସାଉଣ୍ଟିଛନ୍ତି ଉକ୍ତ ଦୃଷ୍ଟିହୀନ ନାବାଳିକା । ଆତ୍ମରକ୍ଷା ନିମନ୍ତେ କରାଟେ ଆଦି ତାଲିମ ପାଇଥିବା ଉକ୍ତ ନାବାଳିକା ତାଙ୍କ ପ୍ରତି ଅସଦାଚରଣ କରୁଥିବା ବ୍ୟକ୍ତିଙ୍କୁ କାବୁ କରିବାରେ ସଫଳ ହୋଇଛନ୍ତି । ଅସଦାଚରଣକାରୀର ହାତ ଧରି ଏମିତି ମୋଡ଼ି ଦେଇଥିଲେ ଯେ ସେ ଯନ୍ତ୍ରଣାରେ କାତର ହୋଇ ତଳେ ପଡ଼ିଯାଇଲା । ଏବଂ ଏହାପରେ ପୋଲିସ ତାକୁ ଗିରଫ କରିଛି ।

ଅସଦାଚରଣକାରୀଙ୍କୁ ଗିରଫ କରିଥିବା ଦାଦର ଜିଆରପି କହିବାକୁ ମୁତାବକ, ସୋମବାର ଦିନ ଝିଅଟି ତା’ ବାପା ସହ ଘରକୁ ଯାଉଥିଲା। ଦାଦରରୁ କଲ୍ୟାଣ ଅଭିମୁଖେ ସେମାନେ ରାତି ୮:୧୫ରେ ଫାଷ୍ଟ୍ ଟ୍ରେନ୍ ଧରିଥିଲେ । ଝିଅ ଓ ତା’ର ବାପା ଦିବ୍ୟାଙ୍ଗଙ୍କ ନିମନ୍ତେ ଉଦ୍ଦିଷ୍ଟ ବଗିରେ ଚଢ଼ିଥିଲେ । ଅଭିଯୁକ୍ତ ୨୪ ବର୍ଷିୟ ବିଶାଳ ବଳିରାମ ସିଂହ ମଧ୍ୟ ସେହି ବଗିରେ ଚଢ଼ିଥିଲେ । ସେ ଠିକ୍ ଝିଅଟିର ପଛପଟେ ଠିଆ ହୋଇ ତାକୁ ସ୍ପର୍ଶ କରିବା ଆରମ୍ଭ କରିଥିଲେ । କିନ୍ତୁ, ସେ ବୁଲିପଡ଼ି ଅଭିଯୁକ୍ତକାରୀର ହାତକୁ ମୋଡ଼ି ପକାଇଲେ, ଯେ ସେ ଯନ୍ତ୍ରଣାରେ ଚିତ୍କାର କଲେ । ଫଳରେ ଅନ୍ୟ ଯାତ୍ରୀମାନେ ଜାଗ୍ରତ ହୋଇଗଲେ । ଦୃଷ୍ଟିହୀନ ନାବାଳିକା ଜଣକ ସାହାସ ଯୋଗୁଁ ଅଭିଯୁକ୍ତଙ୍କୁ ଗିରଫ କରିହୋଇଛି ବୋଲି ଦାଦର ଜିଆରପିର ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ।

ସେପଟେ ଅଭିଯୁକ୍ତ ଜଣକ ଏକ ଘରୋଇ ସଂସ୍ଥାନରେ କମ୍ପ୍ୟୁଟର୍ ଦେଖାଶୁଣା କରୁଥିବା ସିଂହଙ୍କୁ ପୁଲିସ ହାଜତକୁ ନେଇଛି। ବିନା ଟିକିଟ୍ରେ ଯାତ୍ରା କରୁଥିବା ସହ ଦୃଷ୍ଟିହୀନ ନାବାଳିକାଙ୍କୁ ଅସଦାଚରଣ କରିବା ତାଙ୍କୁ ମହଙ୍ଗପଡ଼ିଲା । ଯେଉଁ ଆଖି ଦୁନିଆର ଆଲୋକ ଦେଖିନାହିଁ କିନ୍ତୁ  ଆଜି ବିଭିନ୍ନ ମହଲରେ ସାବାସୀ ସାଉଣ୍ଟିଛି ।