କନକ ବ୍ୟୁରୋ: ପୁଣି ସାମନାକୁ ଆସିଲା କଲରପତରିଆ ବାଘର ଚିତ୍ର । ଶିମିଳିପାଳ ଅଭୟାରଣ୍ୟରେ ବାଘଟି ବାରହା ଶିକାର କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଦୃଶ୍ୟକୁ ଜଣେ ପର୍ଯ୍ୟଟକ ନିଜ କ୍ୟାମେରାରେ କଏଦ କରିଛନ୍ତି । ବାରିପଦାରୁ ଶିମଳିପାଳ ବୁଲିବାକୁ ଯାଇଥିଲେ । ତେବେ ଚହଲାଠାରୁ ପିଠାବଟା ଦେଇ ବାରିପଦା ଫେରୁଥିବା ବେଳେ ଏହି କଲରପତରିଆ ବାଘ ଦେଖିବାକୁ ମିଳିଥିଲା । ବାଘଟି ବାରହା ଶୀକାର କରିବାକୁ ଗୋଡ଼ାଉଥିବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।